ମୁକ୍ତିକାନ୍ତ ପଛରେ କଂଗ୍ରେସ ଅଛି: ଜୁଏଲ୍‌ ଓରାମ

0
97

ଭୁବନେଶ୍ୱର: ଗତ ଏପ୍ରିଲ ୧୬ରେ ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ ପଦଯାତ୍ରାରେ ବାହାରିଥିଲେ। ଓଡ଼ିଶାରୁ ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିୟାଣା ଦେଇ ସେ ଦିଲ୍ଲୀରେ ପହଁଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ସେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଜୁଏଲ ତାଙ୍କୁ ନିରାଶ କରିଛନ୍ତି। ଜୁଏଲ କହିଛନ୍ତି ଯେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ତେଣୁ ଭେଟିବାର ଆବଶ୍ୟକତା ନ ଥିଲା। ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିବାରୁ ଏଥିରେ କଂଗ୍ରେସର ହାତ ଥିବା ସନ୍ଦେହ ହେଉଛି ବୋଲି ଜୁଏଲ କହିଛନ୍ତି। ଯାହାକୁ ନେଇ ମୁକ୍ତିକାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ମୁକ୍ତିକାନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କ ପରିବାର ଲୋକଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ। ଏପରିକି ନୂଆଦିଲ୍ଲୀରୁ ମୁକ୍ତିକାନ୍ତ ରାଉରକେଲା ଫେରିବା ପରେ ସେ ତାଙ୍କୁ ନେଇ ପଦଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here