ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖ।ଇଲେ ସେବାୟତ

0
56

ଭୁବନେଶ୍ୱର: ପୁରୀ ସେବାୟତଙ୍କ ବିରୋଧରେ ଏକ ଗୁରୁତର ସଙ୍ଗୀନ ଅଭିଯୋଗ ଆସିଛି । ନିର୍ଦ୍ଦିଷ୍ଟ କେତେକ ସେବାୟତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯେ କି ଦେଶର ପ୍ରଥମ ନାଗରିକ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ିନାହାଁନ୍ତି । ତାଙ୍କ ପତ୍ନୀଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଆସିଲା ପରେ ଏଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଚାରିଆଡୁ ଦେଶବ୍ୟାପୀ ଏହାକୁ ନିନ୍ଦା କରାଯାଉଛି । ଯେଉଁ ଜଗନ୍ନାଥଙ୍କ ଧର୍ମକୁ ନେଇ ଓଡ଼ିଶା ବିଶ୍ୱ ଦରବାରରେ ଗର୍ବିତ ହେଉଥିଲା ସେଠି କିଛି ସେବାୟତଙ୍କ ପାଇଁ ଆଜି ଲଜ୍ୟାରେ ମୁଣ୍ଡ ନଇବାକୁ ପଡ଼ିଛି । ସେବାୟତମାନେ ଶ୍ରୀମନ୍ଦିରର ଆସୁଥିବା ଭକ୍ତମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିଛନ୍ତି, ଏପରିକି ମାଡ଼ମାରି ଲହୁଲୁହାଣ ମଧ୍ୟ କରିଛନ୍ତି । ମହିଳାମାନଙ୍କୁ ମଧ୍ୟ ଅସମ୍ମାନିତ କରିବାରେ ପଛାନ୍ତିନାହିଁ । ଏହି ଦୁଇତିନି ଦିନ ତଳେ ଜଣେ ଭକ୍ତଙ୍କ ପକେଟ୍ମାର ମଧ୍ୟ କରିଥିଲେ । ଦିନକୁ ଦିନ ସେବାୟତଙ୍କ ବିଶୃଙ୍ଖଳା ବଢ଼ିବାରେ ଲାଗିଛି । ଏବେ ଏହି ଘଟଣା ସବୁ ସୀମାକୁ ଟପିଯାଇଛି । ଏଣୁ ଯଦି ଏ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଭବିଷ୍ୟତରେ ଓଡ଼ିଶା ତ ଲଜ୍ଜିତ ହେବ ସେହି ସେବାୟତମାନଙ୍କର କ୍ଷତି ଘଟିବ । ଆଉ ଜଗନ୍ନାଥଙ୍କ ଉପରେ ଭରସା କରି କେହି ଭକ୍ତ ଦେଶବିଦେଶରୁ ଧାଇଁ ଆସିବେ ନାହିଁ । ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତିପୂତ ଶ୍ରଦ୍ଧା ସୁମନ ଜାଗାରେ ଏକ ବଦ୍ନାମ ଗଳିରେ ଆସି ଛିଡ଼ା ହୋଇଛି । ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏହି ଘଟଣା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେବାୟତମାନଙ୍କୁ ସବୁବେଳେ ଖୁସି କରି ରଖିôବା ପାଇଁ ସରକାର ବାରମ୍ବାର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଚାଲିଛନ୍ତି । ଫଳରେ କେହିଁ ଆଉ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସପକ୍ଷରେ ନାହାଁନ୍ତି । ନିକଟରେ ସୁପ୍ରିମ୍କୋର୍ଟ ଦାନ ସମ୍ପର୍କରେ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ମୁଖ୍ୟ ପ୍ରଶାସକ ଥିôବା ପ୍ରଦୀପ ଜେନା ପଦକ୍ଷେପ ନେବା ଆରମ୍ଭ କରିବାରୁ ତାଙ୍କୁ ସେବାୟତଙ୍କ ଚାପରେ ସରକାର ବଦଳି କରିଦେଲେ । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନିତ କରିବା ପରେ ସରକାର ଏହାର ଜବାବ ଦେବା ଦରକାର । ରଥଯାତ୍ରା ଓ ଶ୍ରୀମନ୍ଦିର ସେବାରେ ବାଧାବିଘ୍ନର ଧମକ ଦେଇ ସେବାୟତମାନେ ଯେଉଁଭଳି ମନୋମୁଖୀ କାର୍ଯ୍ୟ ଦିନକୁଦିନ କରି ଚାଲିଛନ୍ତି ତାହା କ୍ରମେ ଏବେ ସଭ୍ୟ ସମାଜର ସବୁ ନାଗରିକଙ୍କ ପାଇଁ ସହନର ସୀମା ଟପିଯାଇଛି । ନିକଟରେ ପ୍ରତିଷ୍ଠିତ ସାହିତ୍ୟକ ପ୍ରତିଭା ରାୟ ମଧ୍ୟ ସେବାୟତମାନଙ୍କ ବ୍ୟବହାରକୁ ନେଇ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଭିନ୍ନ ସମୟରେ ଏଭଳି ଖବର ମିଳି ଚାଲିଥିଲା । ଏବେ ରାଷ୍ଟ୍ରପତି ଭବନରୁ ଚିଠି ଆସିଲା ପରେ ଜଣାପଡୁଛି ସେବାୟତଙ୍କର ଆଉ ଦେଶର କାହାରି ପ୍ରତି ଖାତିର ନାହିଁ । ସେମାନେ ଜଗନ୍ନାଥଙ୍କୁ ଦ୍ୱାହି ଦେଇ ସବୁକିଛି ଖରାପ କାମ କରିବାକୁ ଆଗେଇ ଆସୁଛନ୍ତି । ଏହି ଘଟଣା ଯେତେବେଳେ ପଦାକୁ ଆସିଲା ସେତେବେଳେ ସେବାୟତ ପ୍ରତିନିଧି ଭିନ୍ନ ଯୁକ୍ତି ବାଢ଼ୁଛନ୍ତି । କିଏ କହୁଛି ଏତେଦିନ ପରେ କାହିଁକି ଏବେ ଏହି ଘଟଣା ପଦାକୁ ଅଣାଗଲା । ଯେଉଁମାନେ ସେଠି ସୁରକ୍ଷାରେ ଥିଲେ ସେମାନେ କ’ଣ କରୁଥିଲେ ଓ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଆଉ କିଏ କହୁଛନ୍ତି ସେବାୟତମାନଙ୍କୁ ରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିମାନେ ଆସିଲା ବେଳେ କିପରି ବ୍ୟବହାର ଦେଖାଇବା ଦରକାର ସେ ବିଷୟରେ ତାଲିମ ଦେବା ଆବଶ୍ୟକଥିଲା । ହେଲେ ଏହି ଘଟଣା ବର୍ତ୍ତମାନ ଦେଶବ୍ୟାପୀ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶା ଓ ଶ୍ରୀମନ୍ଦିର କେତେଜଣ ସେବାତୟଙ୍କ ପାଇଁ ଆଜି ବଦ୍ନାମ ହୋଇଛି ।
ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ସପତ୍ନୀକ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଶ୍ରୀମନ୍ଦିର ଦର୍ଶନରେ ଯାଇଥିଲେ । ସେଠାରେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବାକୁ ଯିବା ବେଳେ ତାଙ୍କୁ ଯେଭଳି ସୁରକ୍ଷିତ ଭାବେ ନିଆଯିବା କଥା ତାହା କରାଯାଇ ନ ଥିଲା । କିଛି ସେବାୟତ ରାଷ୍ଟ୍ରପତିଙ୍କ ସହ ଓ ତାଙ୍କ ପତ୍ନୀଙ୍କ ଦେହରେ ଘସିହୋଇ ଯାଇଥିଲେ । ଏପରିକି କେତେଜଣ ପାଉନା ନେବା ପାଇଁ ମଧ୍ୟ ଯୁକ୍ତିତର୍କ କରିଥିଲେ । ରାଷ୍ଟ୍ରପତି ଭବନରୁ ଗତ ମାର୍ଚ୍ଚ ୨୦ ତାରିଖରେ ଏ ସମ୍ପର୍କରେ ଚିଠି ଶ୍ରୀମନ୍ଦିର ପ୍ରଶାସନକୁ ଆସିଥିଲା । ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଥିଲା । ପରିଚାଳାନା କମିଟି ବୈଠକ ପ୍ରୋସେଡିଂରେ ଏହା ଉଲ୍ଲେଖ ହେବା ପରେ ଘଟଣା ପଦାକୁ ଆସିଛି । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହାକୁ ଲୁଚାଇ ରଖିଛି । ଏ କଥା ଜଣାପଡ଼ିବା ପରେ ପ୍ରଶାସନ ପ୍ରତି ମଧ୍ୟ ଆଙ୍ଗୁଳି ଉଠିଛି ।
ସମ୍ପୃକ୍ତ ସେବାୟତମାନଙ୍କୁ ଦଣ୍ଡ ଦେବା ପାଇଁ ସେବାୟତ ପ୍ରତିନିଧି କହୁଥିଲେ ମଧ୍ୟ ପାଲଟା ଦୋଷାରୋପ ମଧ୍ୟ କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ ଓ ପରିତାପର ବିଷୟ । ସେବାୟତ ସଂଘର ସହ ସମ୍ପାଦକ ବିନାୟକ ଦାଶମହାପାତ୍ର କହିଛନ୍ତି “ଯେତେବେଳେ ଭିଭିଆଇପି ମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିର ଆସନ୍ତି ତାଙ୍କର ସୁରକ୍ଷା ବଳୟଟା ପ୍ରଶାସନ କିପରି ପ୍ରସ୍ତୁତ କରିଥାଏ ତାହା ସମସ୍ତେ ଜାଣନ୍ତି । ଯଦି ଏଭଳି ଘଟଣା କିଛି ସେ ଦିନ ଘଟିଥିଲା ତେବେ ସେଇଠି ସେଇ ବ୍ୟବସ୍ଥା କରିବାର ଥିଲା । କାହିଁକି ତାଙ୍କ ପାଖରେ ଯେଭଳି ସୁରକ୍ଷା ବ୍ୟବସ୍ଥା ଥିଲା ସେଥିରେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା କଥା । ସେତେବେଳେ ନିଆଗଲାନାହିଁ । କଣ ପାଇଁ ମାର୍ଚ୍ଚ ମାସରେ ଘଟିଥିବା ଘଟଣା ଏବେ ଉଠିଲା । ରାଷ୍ଟ୍ରପତି ଭବରୁ ସେତେବେଳେ ଆସିଥିôବା ଚିଠିଟି କାହିଁକି ସାର୍ବଜନୀନ କରାଗଲାନାହିଁ । କ’ଣ ପାଇଁ ଆଜି ଏହି କଥା ଉଠାଯାଉଛି । ଏଭଳି ଘଟଣା ସେପରି କିଛି ଘଟିନାହିଁ । ଚାବି ହଜିବା ପରେ ସେବାୟତଙ୍କ ବିରୋଧରେ ପ୍ରଶାସନର ଗୋଟିଏ ଶୀତଳ ଯୁଦ୍ଧ ଚାଲିଛି । ଜଗନ୍ନାଥ ମହାପ୍ରଭୂଙ୍କ ରଥଯାତ୍ରା ଆମେ କିପରି ଭଲଭାବେ କରିବୁ ଓ ରାଜ୍ୟର ସୁନାମ ଅର୍ଜନ କରିବୁ ସେଥିରେ ଲାଗିଛୁ । ଏ କ୍ଷେତ୍ରରେ ଆଜି ଏକଥା କ’ଣ ପାଇଁ ଉଠାଯାଉଛି । ସେହିଦିନ ତାଙ୍କୁ ଡରି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିଥାନ୍ତା, କ’ଣ ପାଇଁ ଏବେ ଉଠିଲା ଓ କାହିଁକି ଉଠିଲା । ଯଦିବି ଆମର କେହି ଏଭଳି କାଣ୍ଡ କରିଥିôବେ ତେବେ ଦଣ୍ଡ ପାଇବା ପାଇଁ ଯୋଗ୍ୟ । ସେତେବେଳେର ଘଟଣା ଏବେ ଉଠିବା ପଛର ରହସ୍ୟ କ’ଣ ତାହା ମଧ୍ୟ ଦେଖିବା କଥା । କିଛି ସେବୟତ ଏଥିରେ ଅଛନ୍ତି କିନ୍ତୁ ସବୁ ସେବାୟତ ଜାତିକୁ ପ୍ରଶାସନ ବଦନାମ କରିବାକୁ ଯାଉଛି । ବହୁତ ଲୋକ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । କେଉଁଠି କେତେବେଳେ କିଛି ଛୋଟିଆ ଘଟଣା ଘଟିଗଲେ ତାକୁ ନେଇ ପୁରା ସେବାୟତ ଜାତିକୁ ବଦ୍ନାମ କରାଯାଉଛି ।”
ବରିଷ୍ଠ ସେବାୟତ ଦାମୋଦର ପ୍ରଧାନୀ ପ୍ରତିକ୍ରୀୟାରେ କହିଛନ୍ତି, “ସେବାୟତମାନେ କୌଣସି ଉଦ୍ଦେଶ୍ୟ ରଖି ଏଭଳି କାମ କରିନାହାଁନ୍ତି । ସେମାନେ ମନ୍ଦିର ଭିତରେ ଏକ ପରମ୍ପରାରେ ବଢ଼ିଆସିଛନ୍ତି । ଶ୍ରୀମନ୍ଦିରକୁ କେତେବେଳେ ରାଷ୍ଟ୍ରପତି ଆସୁଛନ୍ତି କି ପ୍ରଧାନମନ୍ତ୍ରୀ ଆସୁଛନ୍ତି କିମ୍ବା ମିଲିଟାରୀ ମୁଖ୍ୟ ଆସୁଛନ୍ତି ସେମାନଙ୍କୁ ବ୍ୟବହାର ଖରାପ କଲେ ଯେ, ଏକ ଧର୍ତ୍ତବ୍ୟ ଅପରାଧ ବୋଲି ସେବାୟତମାନେ ଜାଣିପାରି ନାହାଁନ୍ତି । ଯେଉଁ ପ୍ରୋଟକଲ ରହିଛି ସେଥିରେ ରାଷ୍ଟ୍ରପତିଙ୍କ ଓ ତାଙ୍କ ପତ୍ନୀଙ୍କ ପାଖକୁ ଆଦୌ ଯିବା ଉଚିତ ନୁହେଁ । ସେମାନଙ୍କୁ କେହି ତାଲିମ ଦେଇନାହାଁନ୍ତି କିମ୍ବା ବୁଝାଇ ନାହାଁନ୍ତି ଯେ, ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ପାଖକୁ ଯିବା କଥା ନୁହେଁ । ସେମାନେ ମନ୍ଦିର ଭିତରେ ଯିବନ କାଟୁଛନ୍ତି, ବାହାରେ ସରକାର ପ୍ରୋଟକଲ ଓ ନିୟମକାନୁନ୍ ବିଷୟରେ ଜାଣନ୍ତିନାହିଁ । ଆଇନ ନ ଜାଣିବା ଅପରାଧ, ହେଲେ ପ୍ରଶାସନ ମଝିରେ ମଝିରେ ସେମାନଙ୍କୁ ତାଲିମ୍ ଦେବା ଦରକାର । ଯେତେବେଳେ ଭାରତର ରାଷ୍ଟ୍ରପତି ଆସୁଛନ୍ତି କେଉଁ ସେବକଙ୍କୁ ଛଡ଼ାଯିବ, କାହାକୁ ନ ଛଡ଼ାଯିବ ସେସବୁ ବ୍ଲୁ ବୁକ୍ ସିକୁରିଟି ଭିତରେ ରହିବା କଥା । କିନ୍ତୁ ଦାନ ଘଟଣାକୁ ନେଇ ଯେଉଁ ବିବାଦ କଥା କୁହାଯାଉଛି ତାକୁ ମୁଁ ନାପସନ୍ଦ କରୁଛି । ରାଷ୍ଟ୍ରପତି ଆମ ଦେଶର ଏକ ନମ୍ବର ନାଗରିକ ତାଙ୍କ ସମ୍ମାନ ଆମ ସମ୍ମାନ । ପ୍ରଶାସନର ଅଧିକାରୀ, ପ୍ରିନ୍ସିପାଲ ସେକ୍ରେଟାରୀ ର୍ୟାଙ୍କର ଅଫିସର ସେଠାରେ ଉପସ୍ଥିତ ଥିଲେ ସେମାନେ ଜାଣିବା ଶୁଣିବାର ଲୋକ ଏହାକୁ ଦେଖିବା କଥା ।”

LEAVE A REPLY

Please enter your comment!
Please enter your name here