ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିୟମିତ ଜାମିନ ମିଳିଲା

0
43

ଭୁବନେଶ୍ୱର: ସିସୋର ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିୟମିତ ଜାମିନ ମିଳିଛି । ପୂର୍ବରୁ ତାଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ । ଏହି ଜାମିନ୍ରେ କୋର୍ଟ କେତେକ ସର୍ତ୍ତ ରଖିଥିଲେ । ଏଥିରେ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାର ଦେବାକୁ ସର୍ତ୍ତ ରହିଥିଲା । ଏହିସର୍ତ୍ତ ପୂରଣ ପରେ ଶ୍ରୀ ବିଶ୍ୱାଳଙ୍କୁ ନିୟମିତ ଜାମିନ ମିଳିଛି । କିନ୍ତୁ ସେ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥ ହୋଇ ରହିଛନ୍ତି । ଜାମିନ ମିଳିବା ପୂର୍ବରୁ ବି ସେ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଏବେ ମେରୁଦଣ୍ଡ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କୁ ଖୁବ୍ଶୀଘ୍ର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସ୍କୁ ନିଆଯିବ । ଏଥିନେଇ ଯୋଗାଯୋଗ ହୋଇସାରିଛି । ସିସୋରକୁ ଜମି ବିକିବା ନେଇ ପ୍ରଭାତଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଜମି ବାବଦରେ ପ୍ରଭାତଙ୍କ ପତ୍ନୀ ନେଇଥିବା ଅର୍ଥ ଫେରାଇଥିବା ନେଇ ଉଭୟ ପ୍ରଭାତ ଓ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ କହିଥିଲେ ମଧ୍ୟ ସିବିଆଇ ଏହାକୁ ବିଶ୍ୱାସକୁ ନେଇନାହିଁ । ଏସବୁ ଅଭିଯୋଗକୁ ନେଇ ସିବିଆଇ ତାଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here