ଭୁବନେଶ୍ବର ବିମାନ ବନ୍ଦରର ରନ୍‌ୱେରୁ ସନ୍ଦିଗ୍ଧ ଯୁବକକୁ ଧରିଲେ ଗ୍ରାଉଣ୍ଡ ଷ୍ଟାଫ୍‌

0
78

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟ ଅତୀତରେ ବାରମ୍ବାର ସୁନା ଜବତ ହେବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତି ପାଚେରୀ ଡେଇଁ ବିମାନବନ୍ଦର ଭିତରକୁ ପ୍ରବେଶ କରିଛନ୍ତି। ସିଆଇଏଫ୍‌ଏସ୍‌ର କର୍ମଚାରୀମାନେ ବ୍ୟକ୍ତି ଜଣଙ୍କୁ ରନ୍‌ଓ୍ବେ ନିକଟରୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ତାଙ୍କୁ ଏୟାରଫିଲ୍ଡ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଉକ୍ତ ବ୍ୟକ୍ତିଙ୍କ ଘର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ହୋଇଥିବା ବେଳେ ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here