ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ

0
34

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ନିର୍ବାଚନ ସଂକ୍ରାନ୍ତରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟତଃ କୁହାଯାଇଛି । ନିର୍ବାଚନ ପରିଚାଳନା ଲାଗି ଯେଉଁ ସବୁ ଆବଶ୍ୟକ ରହିଛି ସେ ବିଷୟରେ ତଥ୍ୟ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ନିର୍ବାଚନ ଲାଗି କେତେଟଙ୍କା ଖର୍ଚ୍ଚ ହେବ ତାର ଆକଳନ କରି ଜଣାଇବା ପାଇଁ କୁହାଯାଇଛି । ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟିର ଜାତାୟତ ଖର୍ଚ୍ଚ ଓ ବୁଥ୍ ଖର୍ଚ୍ଚର ହିସାବ ଲୋଡ଼ାଯାଇଛି । ଏଥି ସହ ଆଉ କଣ ଭିତ୍ତିଭୂମିର ଆବଶ୍ୟକ ରହିଛି ସେ ବିଷୟରେ ପ୍ରସ୍ତାବ ଦେବା ସହ ଭୋଟ୍ ବାକ୍ସ ଓ ସାମଗ୍ରୀ ରଖିବା ପାଇଁ ଯେଉଁ ଷ୍ଟ୍ରଙ୍ଗ ରୁମ୍ ରହିଛି ତାର ସ୍ଥିତି କିଭଳି ଅଛି ତା’ର ରିପୋର୍ଟ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମାଗିଛନ୍ତି । ୨୦୧୯ରେ ସାଧାରଣ ନିର୍ବାଚନ ହେବାର ଅଛି । କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ନିର୍ବାଚନ ହୋଇପାରେ ବୋଲି ବହୁ ଚର୍ଚ୍ଚା ଚାଲିଛି । ଏଣୁ ବର୍ତ୍ତମାନ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ଲୋଡ଼ିବା ପରେ ଆଗୁଆ ନିର୍ବାଚନ କଥା ଜୋର୍ ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆନ ନିର୍ବାଚନ ସପକ୍ଷରେ ଅଛନ୍ତି । ଏଥିପାଇଁ ବିଜେପି ତା’ର ପ୍ରସ୍ତୁତି ଚଳାଇଛି । ଭାରତର ନିର୍ବାଚନ କମିଶନ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଓଡ଼ିଶା ପୂର୍ବରୁ ୨୦୦୪ରେ ଆଗୁଆ ନିର୍ବାଚନରେ ଭାଗ ନେଇଥିଲେ । ବିଜେଡି-ବିଜେପି ମେଣ୍ଟର ପ୍ରଥମ ପାଳିର ସରକାର ୨୦୦୫ରେ ଶେଷ ହେବାକୁ ଥିଲା । କିନ୍ତୁ ଲୋକସଭା ପାଇଁ ୨୦୦୪ରେ ନିର୍ବାଚନ ହେବାରୁ ରାଜ୍ୟ ସରକାର ମଧ୍ୟ ସେହି ସମୟରେ ବିଧାନସଭା ନିର୍ବାଚନ ପାଇଁ ସହମତି ଜଣାଇଲେ । ସରକାର ବର୍ଷକ ପୂର୍ବରୁ ଭଙ୍ଗ ହୋଇ ଏକାଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା । ଏବେ ଯଦି ସେହିପରି ଆଗୁଆ ଲୋକସଭା ନିର୍ବାଚନ ହୁଏ ତେବେ ବିଜେଡି ଯଦିଓ ତାର ମତ ସ୍ପଷ୍ଟ କରିନାହିଁ ତଥାପି ଏକାସଙ୍ଗେ ନିର୍ବାଚନ ପାଇଁ ସହମତ ହେବ ବୋଲି କୁହାଯାଉଛି । ଏକାସାଙ୍ଗରେ ନିର୍ବାଚନ ହେଲେ ଖର୍ଚ୍ଚ ହ୍ରାସ ସହ ଅନ୍ୟ ରାଜନୈତିକ ଫାଇଦା ଥିôବା କଥା ମଧ୍ୟ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here