ବିଧାୟକ ପ୍ରଭାତଙ୍କୁ ହୋଇଛି ଟିବି ରୋଗ, ଘୁଞ୍ଚିଲା ଜାମିନ ଆବେଦନ

0
60

କଟକ:ଚିଟଫଣ୍ଡ କେସରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ  ସ୍ବ।ସ୍ଥ୍ୟଗତ କ।ରଣରୁ ମେଡ଼ିକାଲରେ ଭର୍ତ୍ତି କର।ଯ।ଇଥିଲ। । ରିପୋର୍ଟରେ ଟିବି ଥିବା ଜଣ।ପଡିଛି । ବାଙ୍ଗାଲୋରରେ ବାୟୋପସି ପରୀକ୍ଷା ହେବା ପରେ ଟିବି ହୋଇଥିବା ଜଣାପଡ଼ିଛି। ଟିବି ରୋଗ କାରଣରୁ ପେଟରେ ହୋଇଥିବା ଅସ୍ତ୍ରୋପଚାର ଘାଆ ଶୁଖିବାରେ ବିଳମ୍ବ ହେଉଛି।

ତେବେ ପ୍ରଭାତଙ୍କ ନିଜ ନିର୍ବାଚନ ମଣ୍ଡଳୀ ସମେତ କଟକ ଜିଲ୍ଲାର ବହୁ ଅଞ୍ଚଳରେ ପ୍ରଭାତଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରୁଛନ୍ତି ତାଙ୍କ ସମର୍ଥକ। ନିୟମିତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କର ମେଡ଼ିକାଲ ଭିତରେ ଓ ବାହାରେ ଭିଡ଼ ଜମୁଛି। ତାଙ୍କ ସମର୍ଥକମାନେ ତାଙ୍କ ନେତାଙ୍କର ଆରୋଗ୍ୟ କାମନା କରିଛନ୍ତି।
ତେବେ ଆଜି ହାଇକୋର୍ଟରେ ପ୍ରଭାତଙ୍କ ଜାମିନ ଆବେଦନର ଶୁଣାଣ ଆଜି ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ସିବିଆଇ ଓକିଲ ଅନୁପସ୍ଥିତ ଥିବାରୁ ଶୁଣାଣି ମଙ୍ଗଳବାରକୁ ଘୁଞ୍ଚିଛି। ତେବେ ପ୍ରଭାତଙ୍କ ଜାମିନ ପାଇଁ ସମର୍ଥକମାନେ ପୂଜା କରୁଥିବା ଦେଖାଦେଇଛି

LEAVE A REPLY

Please enter your comment!
Please enter your name here