ବିଜେପି-ବିଜେପି ପିଟାପିଟି

0
66

ନୟାଗଡ : ନୟାଗଡ ବିଜେପିରେ ଗୋଷ୍ଠି ସଂଘର୍ଷ ।  ଅସନ୍ତୁଷ୍ଟ କର୍ମୀଙ୍କ ଆକ୍ରମଣରେ ୩ ବିଜେପି କର୍ମୀ ଆହତ ।  ନୟାଗଡ ମେଡିକାଲରେ ଭର୍ତି । ସହରର ଏକ ହୋଟେଲରେ  ବୁଦ୍ଧୀଜୀବୀମାନଙ୍କୁ  ନେଇ ଚାଲିଥିଲା ବୈଠକ ।  ଦିନ ୧୧ଟାରେ ଆରମ୍ଭ ହୋଇଥିଲା ବୈଠକ । ପ୍ରାୟ ୧୨ଟା ବେଳକୁ  ଅସନ୍ତୁଷ୍ଟ ଗୋଷ୍ଠୀ ବୈଠକକୁ ଡକାଯାଇନଥିବା ନେଇ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ । ଗୋଟିଏ ଗୋଷ୍ଠିକୁ ବୈଠକକୁ ଡକାଯାଇନଥିବାରୁ ଅସନ୍ତୁଷ୍ଟ କର୍ମୀମାନେ ହଠାତ୍ ସଭାଗୃହକୁ ଆସି ବ୍ୟାନର୍ ଚିରିବା ସହ ପାଟିତୁଣ୍ଡ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହେବା ସହ ସଭାସ୍ଥଳ ରଣଭୂମିରେ ପରିଣତ ହୋଇଥିଲା । ଗଣ୍ଡଗୋଳ ପରେ ଅସନ୍ତୁଷ୍ଟ ଗୋଷ୍ଠୀ ସଭାସ୍ଥଳ ଛାଡି ଚାଲିଯାଇଥିଲେ । ସଭାକାର୍ଯ୍ୟ ସ୍ବାଭାବିକ ହୋଇଥିଲା । ପୁଣି ଅପରାହ୍ନ ୪ଟା ସମୟରେ ଦଳୀୟ ବୈଠକ ଚାଲିଥିବା ବେଳେ ଅସନ୍ତୁଷ୍ଟ କର୍ମୀମାନେ ପୁଣି ଥରେ ବୈଠକ ସ୍ଥଳକୁ ଆସି ଗଣ୍ଡଗୋଳ କରିଥିଲେ । ସେମାନଙ୍କୁ ଅଟକାଇବାକୁ ଯାଇ ବୈଠକରେ ଯୋଗଦେଇଥିବା ୩ ବିଜେପି କର୍ମୀ ଆହତ ହୋଇଛନ୍ତି । ବୈଠକରେ ରାଜ୍ୟ ପ୍ରବକ୍ତା ପୁର୍ଣ୍ଣଚନ୍ଦ୍ର ମଲ୍ଲିକ , ଜିଲ୍ଲା ସଭାପତି ସନ୍ୟାସୀ  ନାୟକ ଏବଂ ବିଜେପିର ନାରି ନେତ୍ରୀ ଇରାନୀ ରାୟ ଉପସ୍ଥିତ ଥିଲେ ।  ତବେ ଏହି ବୈଠକକୁ ବିଜେପିର କୃଷକମୋର୍ଚ୍ଚ। ସଭାପତି ପ୍ରଦୀପ ଜେନା , ଯୁବମୋର୍ଚ୍ଚ। ସଭାପତି ସ’ୋଷ ପ୍ରଧାନଙ୍କୁ ଡକାଯାଇନଥିବାରୁ ସେମାନେ ସଭାଗୃହକୁ ଆସି ଏହି କାଣ୍ଡ କରିଥିଲେ ।  ସେପଟେ ଘଟଣାକୁ ନିନ୍ଦା କରିବାସହ ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ରାଜ୍ୟ ପ୍ରବକ୍ତା କହିଛନ୍ତି ।  ସେପଟେ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନସିଂହଦେଓ ଓ ସାଧାରଣ ସଂପାଦକ ପୃର୍ଥ୍ବୀରାଜ ହରିଚନ୍ଦନ ଘଟଣା ପରେ ନୟାଗଡରେ ପହଁଚି ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here