ବୈଜୟନ୍ତ କଂଗ୍ରେସକୁ ଆସିବ।ର ସୂଚନା ନ।ହିଁ : ନିରଞ୍ଜନ

0
56

ଭୁବନେଶ୍ୱର : ବୈଜୟନ୍ତ କଂଗ୍ରେସକୁ ଆସିବେ ଏ କଥା ମୁଁ ଭାବୁନାହିଁ  । ତାଙ୍କ ତରଫରୁ କୌଣସି ପ୍ରସ୍ତାବ ଆସିନାହିଁ  । ଯଦି ସେ କଂଗ୍ରେସକୁ ଆସିବେ ତେବେ ଉଚ୍ଚସ୍ତରରେ ଆଲୋଚନା ହେବ  । ତେବେ କଂଗ୍ରେସକୁ ଆସିବା ନେଇ ବୈଜୟନ୍ତଙ୍କ ତରଫରୁ କୌଣସି ସଂକେତ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ତାଙ୍କ ପାଇଁ ସବୁ ବିକଳ୍ପ ରହିଛି ବୋଲି ବୈଜୟନ୍ତ କହିଥିଲେ  । ସେ ମୋଦିଙ୍କର ଜଣେ ଦୃଢ଼ ସମର୍ଥକ ଭାବେ ପରିଗଣିତ ହୋଇଥିଲେ ମଧ୍ୟ ବିଜେପି ଯିବା ନେଇ ସ୍ପଷ୍ଟ ସଂକେତ ଦେଇନଥିଲେ  । ଅପରପକ୍ଷରେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ନେଇ ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଥିଲେ ବି ଦଳର ମୁଖ୍ୟ କାର୍ପଟଦାର ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷରେ କୌଣସି ସୂଚନା ଦେଇନାହାନ୍ତି  । ସେହିପରି ଅନ୍ୟ ଏକ ଆଂଚଳିକ ଦଳ ଗଠନ ନେଇ ମଧ୍ୟ ସେଭଳି କୌଣସି ଚର୍ଚ୍ଚା ପର୍ଯ୍ୟାଲୋଚନା ମଧ୍ୟ ରାଜନୀତିକ ମହଲରେ ହେଉନାହିଁ  । ଏହି ପରିପ୍ରେକ୍ଷୀରେ ବୈଜୟନ୍ତ ନିଜର ସ୍ଥିତି ଅନୁଶୀଳନ କରୁଥିବା ଜାଣିବାକୁ ମିଳିଛି  । ନିଜର ଏଜେନ୍ସୀ ଜରିଆରେ ସେ ସର୍ଭେ କରୁଛନ୍ତି  । ତାଙ୍କ ସମର୍ଥନରେ ଯେଉଁମାନେ ବାହାରୁଛନ୍ତି ସେମାନଙ୍କର ନିଜସ୍ୱ ଭୋଟ ରହିଛି କି ନାହିଁ, କେଉଁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ବିଜେପିର କେତେ ଭୋଟ ରହିଛି, ନିଜ ପକେଟ ଭୋଟ ଓ ଦଳୀୟ ଭୋଟ ମିଶିଲେ କେଉଁ ଦଳରୁ ଯୋଗଦେବାରେ ସେ ସକ୍ଷମ ହେବେ ଆଦି ସମ୍ପର୍କରେ ସେ ମଧ୍ୟ ବିଶ୍ଲେଷଣ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here