ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ପ୍ରଦୀପ ମାଝୀ

0
41

ଭୁବନେଶ୍ୱର : ଗୁରୁପ୍ରିୟା ସେତୁ ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ  । ସେ କହିଛନ୍ତିଯେ, ଆଦିବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହାନ୍ତି  । ଜାତିଗତ ପ୍ରମାଣ ପତ୍ର ମିଳୁନଥିବାରୁ ଆଦିବାସୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଂଚିତ ହେଉଛନ୍ତି  । ଏନେଇ ଆସନ୍ତା ୯ରେ କଂଗ୍ରେସ ପକ୍ଷରୁ ମାଲକାନାଗିରି ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ  । ଭୁବନେଶ୍ୱରରେ ବଣ୍ଡା ଛାତ୍ରଙ୍କ ନିଖୋଜ ଘଟଣାରେ ସରକାର ତପôରତା ଦେଖାଉନାହାନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here