ନିର୍ବାଚନ ଆୟୋଗଙ୍କୁ ଭେଟିଲେ କମଲ ହାସନ

0
47

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ତାଙ୍କ ରାଜନୈତିକ ଦଳ ‘ମକ୍କଲ ନୀଧି ମାଇମ୍‌’ର ପଞ୍ଜିକରଣ ଲାଗି ବୁଧବାର ଦିଲ୍ଲୀଠାରେ ନିର୍ବାଚନ ଆୟୋଗ(ଇସି) ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଇସି ଆମ ଦଳ ବାବଦରେ କିଛି ପ୍ରଶ୍ନ ପଚାରି ଥିଲେ। ଆମେ ତା’ର ବିସ୍ତୃତ ଭାବେ ଉତ୍ତର ରଖିଥିଲୁ। ଆମ ଦଳକୁ ଖୁବ୍‌ଶୀଘ୍ର ମାନ୍ୟତା ଦିଆଯିବ ବୋଲି ଇସି କହିଛନ୍ତି। ସୂଚନାଯୋଗ୍ୟ, କମଲ ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଫେବୃୟାରୀ ୨୧ରେ ଏହି ରାଜନୈତିକ ଦଳ ଗଠନ କରିଥିଲେ। ତେବେ ଏହି ଗସ୍ତ ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here