ବଡ଼ଥଳ ପୋଟଳ ନିର୍ମାଣ ଆରମ୍ଭ

0
37

ପୁରୀ : ୬୬ ଦିନରେ ପହଞ୍ଚିଛି ରଥ ନିର୍ମାଣ । ମଙ୍ଗଳବାର ବଡ଼ଥଳ ପୋଟଳ ନିର୍ମାଣ ପରେ ରଥଖଳାରେ ଦୁଇନମ୍ବର ପୋଟଳ ନିର୍ମାଣ ଚାଲିଛି । ଦୁଇନମ୍ବର ଠାରୁ ପାଞ୍ଚ ନମ୍ବର ପୋଟଳ ଥାକଥାକ ହୋଇ ରଥ ଉପରେ ଖଞ୍ଜା ଯିବ । ୬ ଓ ୭ ନମ୍ବର ପୋଟଳ ମଧ୍ୟରେ ପାରାଭାଡି ନିର୍ମାଣ କରାଯାଇ କବାଟ ଲାଗିବ । ଆଠ ନମ୍ବର ଠାରୁ ୧୨ ନମ୍ବର ପର୍ଯ୍ୟନ୍ତ ପୋଟଳ କ୍ରମାନ୍ୱୟରେ ବସାଯିବ । ପୋଟଳ ଉପରେ ଖପୁରି ପଡ଼ିବ ଓ ଖପୁରି ଉପରେ କଳାସ ବସିବ । କଳାସ ଦୁଇପଟେ ଓଲଟ ଶୁଆ ଲାଗିବେ ଏବଂ ଶେଷରେ ଧ୍ୱଜା ବନ୍ଧାଯିବ । ରଥର ପାଖୁଡ଼ା ଚଉଦ ନାହାକା ଉପରେ ଖଞ୍ଜା ଯାଉଛି । ଚଉଦ ନାହାକା ମଧ୍ୟରୁ ସିଂହାସନ ପଛପଟେ ଦୁଇଟି ନାହାକା ବଙ୍କା ରହିଥାଏ । ସବୁ କାମ ଶେଷ ହେବା ପରେ ରଥର ଓଜନ ପ୍ରାୟ ୭୦ଟନ ରହିଥାଏ । ଅନ୍ୟପକ୍ଷରେ ରଥଖଳାରେ ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କମାର ସେବାୟତ ମନଧ୍ୟାନ ଦେଇ କାମରେ ଲାଗିଛନ୍ତି । ନିର୍ଦ୍ଧାରିତ ଦିବସ ପୂର୍ବରୁ ରଥ ନିର୍ମାଣ ଶେଷ ହେବ ବୋଲି କାରିଗରମାନେ ଆଶ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here