କାର୍‌କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର, ଘଟଣାସ୍ଥଳରେ ୧୨ ମୃତ

0
60

ମଧ୍ୟପ୍ରଦେଶ: ମୁରୈନାରେ ବଡ଼ଧରଣର ସଡ଼କ ଦୁର୍ଘଟଣାରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସେହି ସମୟ ହେଲା ଯେତେବେଳେ ଜିପଟି ବାଲି ବୋଝୋଇ ହୋଇଥିବା ଏକ ଟ୍ରାକ୍ଟର ସହିତ ଧକ୍କା ଦେଲା। ଦୁର୍ଘଟଣା ଗଞ୍ଜରାମପୁର ମୋଡ଼ରେ ହୋଇଛି। ମୃତକ ଏବଂ ଆହତମାନେ ସମସ୍ତେ ବନ୍ଧୁ ଏବଂ ସମ୍ପର୍କୀୟ ଅଚନ୍ତି। ସେମାନେ ଏକ ଶବଯାତ୍ରାରେ ସାମିଲ ହେବାପାଇଁ ଯାଉଥିଲେ। ସମସ୍ତ ଲୋକ ଗ୍ଵାଲିୟର ବଡ଼େରା ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ମୁରୈନା ଗୁରଗାନ ଗ୍ରାମକୁ ଯାଉଥିଲେ, ଯେଉଁଠାରେ କରେଣ୍ଟ ଲାଗିବାକୁ ଏକ ଝିଅର ମୃତ୍ୟୁ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here