ତାମିଲନାଡୁର ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ

0
26

ଭୁବନେଶ୍ବର : ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ ହୋଇଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଏଫବିବି କଲରର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୮ ପ୍ରତିଯୋଗିତାରେ ଶ୍ରେଷ୍ଠ ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ତାମିଲନାଡୁ ଡିଭା ଅନୁକ୍ରୀତିଙ୍କୁ ମିସ୍ ଇଣ୍ଡିଆ କ୍ରାଉନ ପିନ୍ଧାଇଥିଲେ ଗତବର୍ଷର ମିସ ଇଣ୍ଡିଆ ମାନୁଷୀ ଚିଲ୍ଲାର।ଏମିତି ଏକ ଘୋଷଣାକୁ ଧକଧକ୍ କରି ଅପେକ୍ଷା କରିଥାନ୍ତି ନିଜର ସୌନ୍ଦର୍ଯ୍ୟ ନେଇ ପରିଚିତ ହେବାକୁ ଇଚ୍ଛା ରଖିଥିବା ସବୁ ବିୟୁଟି ପାଜିଏଣ୍ଟ। ଆଉ ଏବର୍ଷ ଏହି ମୁକୁଟ ଯାଇଥିଲା ମିସ୍ ତାମିଲନାଡୁ ଅନୁକ୍ରୀତି ଭାସଙ୍କ ନିକଟକୁ ଯାଇଥିଲା। ଆଉ ଏ ହେଉଛି ସେହି ସମୟର ଚିତ୍ର। ଯେତେବେଳେ ଗତବର୍ଷର ମିସ୍ ଇଣ୍ଡିଆ ମାନୁଷୀ ଚିଲ୍ଲାର ଅନୁକ୍ରୀତିଙ୍କ ମଥାରେ ମୁକୁଟ ପିନ୍ଧାଇ ଏବର୍ଷର ମିସ୍ ଇଣ୍ଡିଆ ଆଖ୍ୟା ଅର୍ପଣ କରୁଛନ୍ତି। …. ମୁମ୍ବାଇରେ ହୋଇଥିଲା ଏଫବିବି କଲରର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୮ ପ୍ରତିଯୋଗିତା। ଯେଉଁଥିରେ ଯୋଗ ଦେଇଥିଲେ ୩୦ ରାଜ୍ୟର ଟପ୍ ବିୟୁଟି କ୍ବିନ। ଆଉ ବିଭିନ୍ନ ପର୍ଯ୍ୟାୟ ପରେ ଶ୍ରେଷ୍ଠ ୫ ଜଣଙ୍କୁ ଫାଇନାଲ ରାଉଣ୍ଡରେ ସ୍ଥାନ ଦିଆଯାଇଥିଲା। ଯାହାକୁ କୁହାଯାଏ ଧକ ଧକ ମୋମେଣ୍ଟ। ଆଉ ଏଥିରେ ଘୋଷଣା କରାଯାଇଥିଲା ସେକେଣ୍ଡ ରନର୍ସ ଅପ। ମିସ୍ ଆନ୍ଧ୍ରପ୍ରଦେଶ ଶ୍ରେୟା ରାଓ କାମବାରାପୁଙ୍କ ନାଁକୁ ଘୋଷଣା କରାଯାଇଥିଲା। ଆଉ ତାଙ୍କ ମୁଣ୍ଡରେ ସେକେଣ୍ଡ ରନର୍ସ ଅପ୍ର ମୁକୁଟ ପିନ୍ଧା ଯିବା ପରେ ପରେ ଘୋଷଣା ହୋଇଥିଲା ଫାଷ୍ଟ ରନର୍ସ ଅପ ନାଁ। ହରିୟାଣାର ମୀନାକ୍ସି ଚୌଧୁରୀ ହୋଇଥିଲେ ଫାଷ୍ଟ ରନର୍ସଅପ୍।  ଅବଶିଷ୍ଟ ତିନି ଜଣଙ୍କ ମଧ୍ୟରେ ୧୯ ବର୍ଷର ଅନୁକ୍ରୀତି ଭାସଙ୍କ ନାଁକୁ ଘୋଷଣା କରିଥିଲେ ବିଚାରକ ମଣ୍ଡଳୀ। ବିଚାରକ ମଣ୍ଡଳୀରେ ରହିଥିଲେ କ୍ରିକେଟର ଇର୍ଫାନ ପଠାନ, ମାଲାଇକା ଆରୋରା, ବବି ଦେଓଲ କୁନାଲ କପୁର ପ୍ରମୁଖ। ଏଥର ର ମିସ୍ ଇଣ୍ଡିଆ ହୋଇଥିବା ଅନୁକ୍ରୀତି ମିସ୍ ୱାଲ୍ଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ।

LEAVE A REPLY

Please enter your comment!
Please enter your name here