ପୁଣି ବିବାଦରେ ସନ୍ନିଲିଓନି: ଇନ୍‌ଷ୍ଟ୍ରାଗ୍ରାମରେ ଛାଡ଼ିଲେ ପୋଷାକବିହୀନ ଫଟୋ

0
97

ନୂଆଦିଲ୍ଲୀ: ପର୍ନଇଣ୍ଡଷ୍ଟ୍ରିରୁ ବଲିଉଡ୍‌ରେ ପାଦ ଥାପିବା ପରେ ସନ୍ନି-ଲିଓନି କୌଣସି ନା କୌଣସି କାରଣରୁ ଚର୍ଚ୍ଚା ଓ ବିବାଦଘେରରେ ରହି ଆସିଛନ୍ତି। ତେବେ ନିକଟରେ ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ପରିବାରର ଏକ ପୋଷାକବିହୀନ ଫଟୋ ଛାଡ଼ି ପୁଣିଥରେ ବିବାଦକୁ ଟାଣି ଆଣିଛନ୍ତି। ଏହି ଫଟୋ ଦେଖି ଅନେକେ ତାଙ୍କୁ ସମାଲୋଚନା କରିଛନ୍ତି। ସ୍ୱାମୀ ଡାନିଏଲ ଓ ପାଳିତ ଝିଅ ନିଶାଙ୍କ ସହ ସେ ଖଟ ଉପରେ ଏକ ଫଟୋ ଉଠାଇଛନ୍ତି।

ଏହି ଫଟୋରେ କେହି ହେଲେ ଉପରବସ୍ତ୍ର ପିନ୍ଧି ନାହାନ୍ତି। ତାଙ୍କର ଏହି ଫଟୋ ଦେଖି କିଛି ସମାଲୋଚକ ତାଙ୍କୁ ତୀବ୍ର ସମାଲୋଚନା କରିବା ସହ ଏପରି ମଧ୍ୟ କହିଛନ୍ତି ଯେ ‘ତମେ କ’ଣ ତମ ଝିଅକୁ ତମ ଭଳି କରିବାକୁ ଚାହୁଚ ? ନିଜେ ତ ଆଗରୁ ବଦନାମ ହେଇସାରିଛ…।

LEAVE A REPLY

Please enter your comment!
Please enter your name here