ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

0
48

ଜାମ୍ମୁ : ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ।  ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଚରେ ଥିବା ସହିଦଙ୍କ ଘରକୁ ଯାଇଥିଲେ।

ସୀତାରମଣ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଔରଙ୍ଗଜେବଙ୍କ ପାଇଁ ସାରାଦେଶ ଗର୍ବିତ ବୋଲି ସେ କହିଥିଲେ। ଔରଙ୍ଗଜେବଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଜୁନ ୧୪ରେ ଔରଙ୍ଗଜେବଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here