ଆମ୍ବପଳାସ କାଜୁ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର

0
62

ପରଜଙ୍ଗ: ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ବରକଟା ମୁଣ୍ଡାସାହି କାଜୁ ଜଙ୍ଗଲ ମଧ୍ୟରୁ ପରଜଙ୍ଗ ପୁଲିସ ଏକ ନରକଙ୍କାଳ ଉଦ୍ଧାର କରିଥିବା ଜଣାପଡ଼ିଛି । ପ୍ରକାଶ ଯେ ଆମ୍ବପଳାସ ଗ୍ରାମର ଲୋକମାନେ ଜାଳେଣି କାଠ ଆଣିବାକୁ କାଜୁ ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ବେଳେ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏକଥା ଲୋକମାନେ ଆସି ଗ୍ରାମରେ କହିଥିଲେ । ଖବରପାଇ ଗ୍ରାମର କେତେକ କାଜୁ ଜଙ୍ଗଲକୁ ଯାଇ ନରକଙ୍କାଳ ଦେଖିଥିଲେ ଏବଂ ଏ ସମ୍ବନେ୍ଧ ପରଜଙ୍ଗ ଥାନାକୁ ଜଣାଇଥିଲେ । ପରଜଙ୍ଗ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା, ସେକେଣ୍ଡ ଅଫିସର ଅନାଦି ଚରଣ ପଟ୍ଟାୟତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାମାକ୍ଷାନଗର ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ଜଣାଇବା ଢେଙ୍କାନାଳ ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇଥିଲେ ।
ଢେଙ୍କାନାଳରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଏସ୍ଡିପିଓ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କଙ୍କାଳ ପଡ଼ିଥିବା ସ୍ଥାନରୁ ଅଳ୍ପ ଦୂରରେ ଏକ ମନିପର୍ସ ମିଳିଥିଲା । ମନିପର୍ସ ମଧ୍ୟରେ ହାତଲେଖା କାଗଜ ସହ ଏକ ଭୋଟର ଆଇ କାର୍ଡ ମିଳିଥିଲା । ଏତଦ୍ଭିନ୍ନ ଏକ ମୋବାଇଲ୍ ଫୋନ୍ ମଧ୍ୟ ପୁଲିସ ହସ୍ତଗତ କରିଛି । ଭୋଟର କାର୍ଡରୁ ଜଣାପଡ଼ିଲା ଯେ ବରକଟା କଙ୍କଡ଼ାସୋଡ଼ା ଗ୍ରାମର ରାମ ସିଂ କାଡ଼ାଙ୍କ ପୁଅ ବିଜୟ କାଡ଼ା(୨୨) । ମନିପର୍ସ ମଧ୍ୟରୁ ମଧ୍ୟ ଦୁଇଟି ପାସ୍ ପୋର୍ଟ ଫଟୋ ଉଦ୍ଧାର କରାଯାଇଛି । ପୁଲିସ ଏ ସମ୍ବନେ୍ଧ ତନାଘନା ତଦନ୍ତ ଚଳାଇଛି । ତାର ବାପା ସାମ ସିଂ ତାଡ଼ା ମୃତୁ୍ୟବରଣ କରିଛନ୍ତି । ତେଣୁ ଘରେ ଅନ୍ୟ କିଏ ପରିବାର ମଧ୍ୟରେ ଅଛନ୍ତି । ସେମାନଙ୍କୁ ଡାକି ବୁଝିବା ପରେ ତାର କାହା ସହ ଶତ୍ରୁତା ଥିଲା ଏ ସବୁ ଜଣାପଡ଼ିବା ପରେ ନରକଙ୍କାଳ ମିଳିଥିବା ବିଜୟ କାଡ଼ାଙ୍କ ହତ୍ୟାକାରୀ ପାଖରେ ପୁଲିସ ପହଞ୍ଚି ପାରିବ । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ କଙ୍କାଳକୁ ଜବତ କରି ଲାବାରାଟୋରୀକୁ ପଠାଇଥିବା ଜଣାପଡ଼ିଛି । ବିଜୟ କାଡ଼ାର ଭାଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ବରକଟା ମୁଣ୍ଡା ସାହିର ସଞ୍ଜୟ ପୂର୍ତ୍ତିଙ୍କ ପରିବାର ସହ କଳହ ହୋଇଥିଲା । ତେଣୁ ସଞ୍ଜୟ ପୂର୍ତ୍ତି ତା ଭାଇକୁ ମାରି ପକାଇ ଦେଇଛି । ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here