୨୫ଯାଏଁ ପୁଣି ବଢ଼ିଲା ଖରାଛୁଟି

0
57

ଭୁବନେଶ୍ୱର: ରାଜ୍ୟରେ ଏବେ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ଏବଂ ଏହା ଆସନ୍ତା ୨୫ ତାରିଖ ଯାଏ ଲାଗି ରହିବ ବୋଲି କୁହାଯାଉଥିବାରୁ ସରକାର ସ୍କୁଲ୍ ଗୁଡ଼ିକର ଗ୍ରୀଷ୍ମବକାଶ ଅବଧି ବୃଦ୍ଧି କରିଛନ୍ତି । ଛୁଟି ସମୟ ଆଉ ୪ ଦିନ ବଢ଼ାଯାଇଛି । ଆବଶ୍ୟକ ହେଲେ ଆହୁରି ମଧ୍ୟ ବଢ଼ିପାରେ । ଆସନ୍ତା ୧୮ ତାରିଖରେ ସ୍କୁଲ୍ ଖୋଲିବାର ଥିଲା । କିନ୍ତୁ ଏହି ଗ୍ରୀଷ୍ମ ପ୍ରବାହ ଦେଖି ୨୧ ତାରିଖ ଯାଏ ଛୁଟି ବଢ଼ାଯାଇଥିଲା । କିନ୍ତୁ ଗ୍ରୀଷ୍ମ ପ୍ରବାହ ଜାରି ରହିବାରୁ ଛୁଟି ସମୟକୁ ବଢ଼ାଇଦିଆଯାଇଛି । ୨୪ ତାରିଖ ପରେ ପାଗ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଥିବାରୁ ୨୫ ଯାଏ ବଢ଼ାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ବତ୍ତର୍ମାନ ରାଜ୍ୟରେ ମୌସୁମୀ ବର୍ଷା ହେବା କଥା । ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ଦିନେ ଦୁଇଦିନ ବର୍ଷାର ପ୍ରବାଭ ରାଜ୍ୟ ଅନୁଭୂତ ହୋଇଥିଲା । କିନ୍ତୁ ଗତ ଶୁକ୍ରବାରଠାରୁ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି । ପାରଦ ୪୦ରୁ ୪୨/୪୩ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ଭୁବନେଶ୍ୱରରୁ ଗତକାଲି ୪୨ ଡିଗ୍ରୀ ସେଲ୍ସିୟସ୍ ଥିଲା । ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିଲା । ଏବେ କିଛିଦିନ ହେଲା ଭୁବନେଶ୍ୱର ସମେତ କିଛି ସହର ତତଲା କଡ଼େଇରେ ଭାଜି ହେଉଛି । ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ମଧ୍ୟ ସରକାରଙ୍କର ପକ୍ଷରୁ ଜାରି ହୋଇଛି । ଖରା ସମୟରେ ପଦାକୁ ନ ବାହାରିବା ପାଇଁ ଏବଂ ଜରୁରୀ କାର୍ଯ୍ୟ ଥିଲେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here