ଇଂଲଣ୍ଡକୁ ଜିତାଇଲେ ହ୍ୟାରି କେନ୍‌

0
35

ଭୋଲଗୋଗ୍ରାଡ୍‌-ଅଧିନାୟକ ହ୍ୟାରି କେନ୍‌ଙ୍କ ଡବଲ ଗୋଲ ବଳରେ ଇଂଲଣ୍ଡ ଫିଫା ବିଶ୍ୱକପର ସୋମବାର ଅନୁଷ୍ଠିିତ ତୃତୀୟ ମ୍ୟାଚରେ ଟ୍ୟୁନିସିଆକୁ ୨-୧ ଗୋଲରେ ହରାଇ ଦେଇଛି। ଫଳରେ ଏହି ଦଳ ଗ୍ରୁପ ‘ଜି’ରେ ୩ ପଏଣ୍ଟ ସହିତ ଏହାର ଅଭିଯାନ ଆରମ୍ଭ କରିଛି। ମ୍ୟାଚ ଆରମ୍ଭରୁ ଇଂଲଣ୍ଡ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ଫାଇଦାରେ ରହିଥିଲା। ୧୧ତମ ମିନିଟରେ ହ୍ୟାରି କେନ୍‌ ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରିଥିଲେ। ମିଡ୍‌ଫିଲ୍ଡରୁ ଆଶ୍‌ଲେ ୟଙ୍ଗ ପୋଜିଶନରେ ଥିବା ଜନ ଷ୍ଟୋନ୍ସଙ୍କ ନିକଟକୁ ପାସ୍‌ ଦେଇଥିଲେ। ମାତ୍ର କେନ୍‌ ବଲ୍‌କୁ ନିୟନ୍ତ୍ରଣକୁ ଆଣି ଗୋଲପୋଷ୍ଟ ଆଡ଼କୁ ଶକ୍ତିଶାଳୀ ଶଟ୍‌ ମାରିଥିଲେ। ଟ୍ୟୁନିସିଆ ଗୋଲକିପର ମୌଜ ହୋସେନ ଚମତ୍କାର ସେଭ୍‌ କରି ବଲ୍‌କୁ ଅଟକାଇ ଦେଇଥିଲେ। ମାତ୍ର ତାଙ୍କ ହାତରୁ ବଲ୍‌ଟି ଖସି ଆଗକୁ ଚାଲି ଆସିଥିବାବେଳେ ସୁଯୋଗ ଅପେକ୍ଷାରେ ଥିବା କେନ୍‌ ତାହାକୁ ପୁଣି ଗୋଲପୋଷ୍ଟ ଭିତରକୁ ପଠାଇବାରେ ସକ୍ଷମ ହୋଇଥିଲେ। ଗୋଲଟି ପରିଶୋଧ ପାଇଁ ସଂଘଷର୍ର୍ କରୁଥିବା ଟ୍ୟୁନିସିଆ ପାଇଁ ୩୩ତମ ମିନିଟ ଶୁଭ ହୋଇଥିଲା। କାଏଲ ଓ୍ବାକର ବକ୍ସ ଅଞ୍ଚଳ ମଧ୍ୟରେ ହାତରେ ଠେଲି ଟ୍ୟୁନିସିଆର ଶ୍ୟାମ ବେନ୍‌ ୟୁସେଫ୍‌ଙ୍କୁ ତଳେ ପକାଇ ଦେଇଥିଲେ। ରେଫରିଙ୍କ ନଜରକୁ ଏହା ଆସିଥିଲା। ଫଳରେ ଟ୍ୟୁନିସିିଆକୁ ପେନାଲ୍ଟି ସୁଯୋଗ ମିଳିଥିଲା। ୩୫ତମ ମିନିଟରେ ପେରଜାନି ସାସି ଏହାକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ପ୍ରଥମାର୍ଦ୍ଧରେ ମ୍ୟାଚ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଅଗ୍ରଣୀ ନେବାପାଇଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମ୍ୟାଚଟି ଡ୍ର ଆଡ଼କୁ ଗତି କରୁଥିବାବେଳେ ଶେଷଭାଗରେ ଅର୍ଥାତ୍‌ ମ୍ୟାଚର ଇଞ୍ଜୁରି ଟାଇମ୍‌(୯୦+୧) ରେ କେନ୍‌ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଇଂଲଣ୍ଡକୁ ବିଜୟୀ କରାଇଥିଲେ। କେରନ ଟ୍ରିପରଙ୍କ କର୍ନର ଶଟ୍‌କୁ ହାରୀ ମାଗୁଇରେ କେନ୍‌ଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ। କେନ୍‌ କୌଣସି ଭୁଲ୍‌ ନ କରି ହେଡ୍‌ ଜରିଆରେ ଗୋଲ ଦେଇ ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ।

LEAVE A REPLY

Please enter your comment!
Please enter your name here