ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟିଠି : ଆପଣଙ୍କ ସହଯୋଗୀ ମୋତେ ଡାକପିଅନ ଓ ବିହାରୀ କହିଲେ ବି ମୁଁ ଓଡ଼ିଶା ବିକାଶ ପାଇଁ କାମ କରିବି’

0
83

ଭୁବନେଶ୍ୱର : ଆପଣଙ୍କ ଦଳର ମୁଖପ।ତ୍ର ହୁଅନ୍ତୁ ଅବ। ମନ୍ତ୍ରୀ ମୋତେ ଡାକପିଅନ, ବିହାରୀ କହିବା ସହ ଅନେକ ଅପମାନସୂଚକ ଶବ୍ଦ ବ୍ୟବହାର କରୁଛନ୍ତି । ଆପଣଙ୍କ ଦଳର କର୍ମୀ ସୋସିଆଲ ମିଡ଼ିଆ ରେ ଏହି କଥ। ପ୍ରଚାର କରୁଛନ୍ତି ।ଯିଏ ଯେତେ ଅପମାନ ଦେଲେବି ମୁଁ ବିନା ପ୍ରତିବାଦରେ ମୁଣ୍ଡପାତି ଓଡ଼ିଶାର ବିକାଶ ପ।ଇଁ ସହିବାକୁ ପ୍ରସ୍ତୁତ ଅଛି । ହେଲେ ଆପଣ ମୋ ଓ ଆମ ଦଳ ଉପରେ ରାଗ ରଖି ଓଡ଼ିଆ ଜାତି ଓ ଆଗାମୀ ପୀଢ଼ି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଏଡ।ଇ ଦିଅନ୍ତୁ ନାହିଁ । ମୋର ବ୍ୟକ୍ତିଗତ ସମ୍ମାନ ଠାରୁ ଓଡ଼ିଶାର ବିକାଶ, ଜନକଲ୍ୟାଣ ଓ ଆଗାମୀ ପୀଢ଼ି ପାଇଁ ପ୍ରଗତିର କ୍ଷେତ୍ର ପ୍ରସ୍ତୁତ କରିବା ନିମନ୍ତେ ମୋର ମାନ ଅପମାନ କିଛି ନାହିଁ । ଦୟାକରି ଏ ଚିଠିଟିକୁ ଅଳିଆ ଗଦାକୁ ଫିଙ୍ଗି ନଦେଇ ମୋତେ ଟିକେ ସାକ୍ଷାତ ଦେବା ପାଇଁ ଅନୁରୋଧ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ଲେେଖାଥିବା ଟିଠି ପଠ।ଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ନିଜ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଗତ ମେ’ ୨୩ରେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଉପôାଦ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ରର ପୁଞ୍ଜିନିବେଶକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଓଡ଼ିଶାର ପତ୍ରଖିଆ ଛେଳିକୁ ନୁ୍ୟଜିଲାଣ୍ଡର ମେଣ୍ଢା ଢ଼ାଂଚାରେ, ପଶ୍ଚିମ ଓଡ଼ିଶାର ସୁବାସିତ ଚାଉଳ, ଚିଲିକାର ସାମୁଦ୍ରିକ ଉପôାଦ, ଆମ୍ବ, ସୁବାସିତ ଫୁଲ, କନ୍ଧମାଳ ହଳଦୀ, କୋରାପୁଟ ଅଦା ଆଦିର ଉପସାଗରୀୟ ରାଷ୍ଟ୍ରର ଆମଦାନୀ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ପୁଞ୍ଜିନିବେଶକାରୀଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗଦେବା ବ୍ୟବସ୍ଥାକୁ ଅଧିକ ସୁଗୁମ କରିବା ପାଇଁ ସେ ମୁଖ୍ୟସଚିବଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଉନଥିବାରୁ ମୁଖ୍ୟସଚିବ ମୋ’ ସହ ସାକ୍ଷାତ କରିପାରୁନାହାନ୍ତି ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି । ମୋ ଉପରେ ରାଗ ରଖି ଓଡ଼ିଆ ଜାତି ଓ ଓଡ଼ିଶାର ଆଗାମୀ ପୀଢ଼ି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଦୟାକରି ଖାରଜ କରନ୍ତୁ ନାହିଁ ବୋଲି ଧର୍ମେନ୍ଦ୍ର ପତ୍ରରେ ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here