କି ମନ୍ତ୍ର ପାଇଲେ ସୁର

0
69

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ନ ମିଳିଲେ ମଧ୍ୟ ତାଙ୍କୁ କେହି ପ୍ରାର୍ଥୀ ହେବାରୁ ରୋକି ପାରିବେନାହିଁ ବୋଲି କହିଥିଲେ । ଏବେ ଦଳୀୟ ଟିକେଟ ନ ମିଳିଲେ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି । ସୁରଙ୍କ ହଠାତ୍ ଏହି ପରିବର୍ତ୍ତନ ବା ୟୁ ଟର୍ଣ୍ଣକୁ ନେଇ ବେଶ୍ ଚର୍ଚ୍ଚା ।
ବିଧାୟକମାନେ ଜିଲ୍ଲା ସଭାପତି ଥିବାରୁ ସେମାନଙ୍କୁ ଇସ୍ତଫା ଦେବାପାଇଁ କୁହାଗଲା । ଏଥିରେ ବିଧାୟକ ପ୍ରକାଶ ବେହେରା ପ୍ରଥମେ ଇସ୍ତଫା ଦେବା ପରେ ଏହାକୁ ନେଇ ଯେତେବେଳେ ବିଭିନ୍ନ ଆଲୋଚନା ଚାଲିଲା ସେତେବେଳେ ଓଡ଼ିଶା ପ୍ରଭାରୀ ଜୀତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯେଉଁ ମତ ରଖିଲେ ସେଥିରୁ ସମେସ୍ତ ଭାବିଲେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ବ୍ୟବସ୍ଥା ଲାଗୁ ହୋଇଛି । ଗଣମାଧ୍ୟମରେ ଏହି ଗୋଟିଏ ବ୍ୟକ୍ତି ଗୋଟିଏ ପଦବୀ କଥା ଜୋର୍ଦାର ଚର୍ଚ୍ଚା ହେଲା । ଯେତେବେଳେ ନୂତନ ପିସିସି ସଭାପତିମାନଙ୍କ ତାଲିକା ପ୍ରକାଶ ପାଇଲା ସେଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ସୁରେଶ ରାଉତରାୟଙ୍କ ନାମ ଆସିଲା । ଏଣୁ ସଭାପତି ହୋଇଥିବାରୁ ଶ୍ରୀ ରାଉତରାୟ ଜଣେ ବ୍ୟକ୍ତି ଗୋଟିଏ ପଦବୀ ବ୍ୟବସ୍ଥାରେ ଆଉ ଆସନ୍ତା ନିର୍ବାଚନ ଲଢ଼ି ପାରିବେ ନାହିଁ । ଏହି ଘଟଣାକୁ ନେଇ ଶ୍ରୀ ରାଉତରାୟ ତୀବ୍ର ପ୍ରତିକ୍ରୀୟାଶୀଳ ହୋଇଥିଲେ । ତାଙ୍କୁ କେହି ଛିଡ଼ା ହେବାରୁ ରୋକିପାରିବେ ନାହିଁ ବୋଲି କହିଲେ । ଟିକେଟ ନ ମିଳିଲେ ବି ଛିଡ଼ା ହେବେ ବୋଲି ଘୋଷଣା କଲେ । ସେ ଖୋଲାଖୋଲି କହିଲେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତିକୁ ମୁଁ ମାନିବି ନାହିଁ । ମୋତେ ଯଦି ୨୦୧୯ରେ ଟିକେଟ୍ ଦିଆ ନଯାଏ ତାହା ହେଲେ ପରିସ୍ଥିତି ଭଲ ହେବନି । ୨୦୧୯ ହେଉଛି ମୋ ପାଇଁ ଶେଷ ନିର୍ବାଚନ । ମୋତେ ସବୁ ଦଳ ଡାକୁଛନ୍ତି ହେଲେ ମୁଁ କଂଗ୍ରେସ ଛାଡ଼ିବି ନାହିଁ । ଶ୍ରୀ ରାଉତରାୟଙ୍କ ସହ ଆଉ କିଛି ନେତା ମଧ୍ୟ ପ୍ରତିକ୍ରୀୟା ପ୍ରକାଶ କରିଥିଲେ । କାରଣ କେବୁଳ ଜିଲ୍ଲା ସଭାପତି ନୁହଁ ଅନ୍ୟ ଯେଉଁ ପଦ ପଦବୀରେ ନେତାମାନେ ଅଛନ୍ତି ସେମାନଙ୍କର ଛିଡ଼ା ହେବା ଆଶା ମଧ୍ୟ ମୌଳିବ । ଫଳରେ ଏହାକୁ ନେଇ ନେତାମାନେ ପ୍ରତିକ୍ରୀୟାଶୀଳ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କର୍ରେ ତାଙ୍କ ମତ ସ୍ପଷ୍ଟ କଲେ ଯାହାର ଜିତିବା ସମ୍ଭାବନା ଥିବା ସେ ହିଁ ପ୍ରର୍ଥୀ ହେବ । ସେ ଯେଉଁ ପଦପଦବିରେ ଥାନ୍ତୁ ନା କାହିଁକି ବୋଲି କହିଲେ ।
ନିକଟରେ ପିିିସିସିର ୨ ଦିନିଆ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ବୈଠକ ବସିଥିଲା ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଶ୍ରୀ ରାଉତରାୟ ଯୋଗ ଦେଇଥିଲେ । ତାଙ୍କୁ ଯେତେବେଳେ ଗଣମାଧ୍ୟମ ପକ୍ଷରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ସେ ତାଙ୍କର ପୂର୍ବ ମତ ବଦଳାଇ ଭିନ୍ନ ମତଦେଲେ । ଶ୍ରୀ ରାଉତରାୟ କହିଲେ ପ୍ରଥମେ ଧନ୍ୟବାଦ ଦେବି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେଉଁ ଲୋକପ୍ରତିନିଧି ନିଜ ଅଞ୍ଚଳରେ କାମ କରୁଛନ୍ତି, ଲୋକଙ୍କ ସେବା କରୁଛନ୍ତି, ସଙ୍ଗଠନର ଦାୟିତ୍ୱ ନେଇଛନ୍ତି ଏବଂ ଲୋକଙ୍କ ପାଖକୁ ଯାଇଛନ୍ତି ଓ ଜୀତିବା ନେଇ ତାଙ୍କର ପରିସ୍ଥିତି ଭଲ ତାଙ୍କୁ ଟିକେଟ ଦିଆଯିବ । ଆସନ୍ତା ନିର୍ବାଚନରେ ଲଢ଼ିବି କି ନାହିଁ ସେ କଥା ମୁଁ କହିପାରିବି ନାହିଁ । ନିରଞ୍ଜନ ପଟ୍ଟନାୟକ ଓ ରାଉଲ ଗାନ୍ଧି ଟିକେଟ ଦେବା ନେଇ ଫାଇନାଲ୍ ଅଥରିଟି ସେମାନେ । ଯଦି ଟିକେଟ ଦେବେ ଲଢ଼ିବି ବୋଲି ସେ କହିଛନ୍ତି ।
ସଭାପତି ତାଲିକା ପ୍ରକାଶ ପାଇଲା ଦିନ ଟିକେଟ ନ ମିଳିଲେ ଲଢ଼ିବେ ବୋଲି କହୁଥିବା ଶ୍ରୀ ରାଉତରାୟ ହଠାତ୍ ଜିଲ୍ଲାସଭାପତିମାନଙ୍କ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କଠାରୁ କି ମନ୍ତ୍ର ପାଇଲେ ଯେ, ସେ ମନ ପରିବର୍ତ୍ତନ କଲେ ତାହା ବୁଝାପଡୁନାହିଁ । ସୁରଙ୍କ ଏହି ପରିବର୍ତ୍ତନ ଦଳ ଭିତରେ ବେଶ୍ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here