ଭୂଇଁ ନିର୍ମାଣରେ ନିମଗ୍ନ କାରିଗର

0
53

ପୁରୀ: ଆଉ ମାତ୍ର ୩୦ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ରଥନିର୍ମାଣରେ ନିୟୋଜିତ ମହାରଣାଙ୍କ ସମେତ ଅନ୍ୟ ସେବାୟତମାନେ ଧାର୍ଯ୍ୟ ତାରିଖ ପୁର୍ବରୁ କାମ ଶେଷ କରିବା ପାଇଁ ଲାଗିପଡ଼ିଛନ୍ତି । ଶୁକ୍ରବାର ରଥଖଳାରେ ମହାରଣା ସେବାୟତମାନେ ତିନି ରଥର ଯୋକା ଯୋଡ଼ିବା କାମ ସାରି ଭୂଇଁ ନିର୍ମାଣ କରୁଛନ୍ତି । ଇତିମଧ୍ୟରେ ଗୁରୁବାରୁ ଆରମ୍ଭ ହୋଇଥିବା ଛନ୍ଦା ଗୟଳ ଓ ଯୋକା କାର୍ଯ୍ୟ ଶେଷ ହୋଇଛି । ତିିନି ରଥ ପାଇଁ ତିନୋଟି ଭୂଇଁ ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ନିର୍ମାଣ ଆଗେଇ ଚାଲିଛି । ଏଥିରେ ମହାରଣା ସେବାୟତଙ୍କୁ ଭୋଇ ସେବକ, ରୂପକାର ସେବାୟତ ଓ କମାର ସେବାୟତମାନେ ସହଯୋଗ କରୁଥିବା ପରିଲକ୍ଷିତ ହୋଇଛି । ତିନି ରଥ ପାଇଁ ମୋଟ ୪୪ ଯୋକା ଶେଷ କରାଯାଇଛି । ସେହିପରି ଭୂଇଁ ପାଇଁ ଆବଶ୍ୟକ କଣ୍ଟା ନିର୍ମାଣ କରୁଛନ୍ତି କମାର ସେବାୟତ । ଭୂଇଁ ନିମନ୍ତେ ମୋଟ ୨୦ କଣ୍ଟା ଟା ନିର୍ମାଣ କରାଯିବ । ପର୍ଯ୍ୟାୟକ୍ରମେ ଗୟଳ ଦଣ୍ଡା ଓ ଚଉତା କାର୍ଯ୍ୟ ମଧ୍ୟ ଚାଲିଛି । ଅସହ୍ୟ ଗୁଳିଗୁଳିକୁ ଖାତିର ନକରି ମହାପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ସମର୍ପଣ କରିଥିବା କହିଛନ୍ତି ଭୋଇ ସେବକ ରବି ଭୋଇ ।

LEAVE A REPLY

Please enter your comment!
Please enter your name here