ସ୍କୁଲ୍ ଖରାଛୁଟି ୨୧ଯାଏଁ ବଢ଼ିଲା

0
70

ଭୁବନେଶ୍ୱର: ରାଜ୍ୟରେ ଏବେ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ଏବଂ ଏହା ଆସନ୍ତା ୨୩ ତାରିଖ ଯାଏ ଲାଗି ରହିବ ବୋଲି କୁହାଯାଉଥିବାରୁ ସରକାର ସ୍କୁଲ୍ ଗୁଡ଼ିକର ଗ୍ରୀଷ୍ମବକାଶ ଅବଧି ବୃଦ୍ଧି କରିଛନ୍ତି । ଛୁଟି ସମୟ ଆଉ ୩ ଦିନ ବଢ଼ାଯାଇଛି । ଆବଶ୍ୟକ ହେଲେ ଆହୁରି ମଧ୍ୟ ବଢ଼ିପାରେ । ଆସନ୍ତା ୧୮ ତାରିଖରେ ସ୍କୁଲ୍ ଖୋଲିବାର ଥିଲା । କିନ୍ତୁ ଏହି ଗ୍ରୀଷ୍ମ ପ୍ରବାହ ଦେଖି ୨୧ ତାରିଖ ଯାଏ ଛୁଟି ବଢ଼ାଯାଇଛି । ଛୁଟି ବଢ଼ିବା ସମ୍ପର୍କରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବତ୍ତର୍ମାନ ରାଜ୍ୟରେ ମୌସୁମୀ ବର୍ଷା ହେବା କଥା । ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ଦିନେ ଦୁଇଦିନ ବର୍ଷାର ପ୍ରବାଭ ରାଜ୍ୟ ଅନୁଭୂତ ହୋଇଥିଲା । କିନ୍ତୁ ଶୁକ୍ରବାରଠାରୁ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି । ପାରଦ ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱରରୁ ଗତକାଲି ୪୦.୨ ଡିଗ୍ରୀ ସେଲ୍ସିୟସ୍ ଥିଲା । ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିଲା । ଶୁକ୍ରବାର ଭଳି ଶନିବାର ଏହି ତାପମାତ୍ରା ଅଧିକ ଅନୁଭୂତ ହେଉଛି । ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଦେହହାତ ପୋଡ଼ିଯିବା ପରି ଲାଗୁଛି । ବର୍ଷା ଋତୁରେ ଭୁବନେଶ୍ୱର ସହର ତତଲା କଡ଼େଇରେ ଭାଜି ହେଉଛି ।ଆଜି ତାପମାତ୍ରା ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।

LEAVE A REPLY

Please enter your comment!
Please enter your name here