ରଜପର୍ବ ଉପଲକ୍ଷେ ବୌଦ୍ଧରେ ମୌସୁମୀ ଉତ୍ସବ

0
56

ବୌଦ୍ଧ: ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ÿିଶା। ଓଡ଼ିଆ ଘରେ ବାରମାସରେ ତେର ପର୍ବ ପାଳିତ ହୋଇ ଆସୁଥିବାବେଳେ ପୂର୍ବ ଓଡ଼ିଶାରେ ରଜ ଏକ ଗୁରୁତ୍ୱପୁର୍ଣ୍ଣ ଉତ୍ସବ। ମୌସୁମୀର ଆଗମନ ସହିତ ଚାଷ ପାଇଁ ମାଟି ମା ର ପ୍ରସ୍ତୁତି ଓ ପରମ୍ପରା କୁ ନେଇ ଏହି କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ। ବିଶେଷ ଭାବରେ ମହିଳାମାନେ ବର୍ଷର ଏହି ଦୁଇଦିନ ସମସ୍ତ ଘରୋଇ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ସହିତ ମଉଜ ମସ୍ତିରେ ସମୟ କାଟିଥାନ୍ତି। ସେହିଭଳି ଏକ ପବିତ୍ର ପରମ୍ପରାକୁ ନେଇ ପବିତ୍ର ରଜପର୍ବ ଅବସରରେ ବୌଦ୍ଧଠାରେ ମୌସୁମୀ ଉତ୍ସବ ଉଦଘାଟିତ ହୋଇଯାଇଛି। ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲା ମା କଳାନିକେତନ ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ଏହି ଉତ୍ସବର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଏନଏସି ଅଧକ୍ଷ୍ୟା ଦିପ୍ତିପ୍ରଭା ସ୍ୱାଇଁ ଓ ବୌଦ୍ଧ ବିଡିଓ ନିହାର ରଂଜନ କହଁର ଯୋଗ ଦେଇଥିଲେ। ଉତ୍ସବ ଅବସରରେ କୁନି କୁନି ପୁଅ ଝିଅଙ୍କ ନୃତ୍ୟ ସହିତ ମହିଳାମାନଙ୍କ ମଧ୍ୟରେ ଅନେକ ଖେଳ ପ୍ରତିଯୋଗିତା ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଶଶାଙ୍କ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉତ୍ସବରେ ସଂପାଦକ ଗୋପାଳ ବେହେରା, ଉପଦେଶ୍ଟା ଚିତ୍ତରଂଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବସନ୍ତ କୁମାର ସାହୁ ସଂଯୋଜନା କରିଥିବାବେଳେ କଳାନିକେତନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here