ବକେୟା ପିଡିଏସ୍ ଚାଉଳ ବଣ୍ଟନ ଦାବିରେ ଉତ୍ତେଜନା

0
40

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତରେ ପିଡିଏସ୍ ଚାଉଳକୁ ନେଇ ପଞ୍ଚାୟତ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ଅପ୍ରେଲରୁ ପାଖାପାଖି ୧୭୫ଜଣ ହିତାଧିକାରୀ ଚାଉଳ ପାଇନଥିବା ବେଳେ ମଙ୍ଗଳବାର ପଞ୍ଚାୟତ ତରଫରୁ ଜୁନ୍ ଓ ଜୁଲାଇ ମାସର ଚାଉଳ ବଣ୍ଟାଯାଉଥିଲା । ପୂର୍ବ ମାସର ଚାଉଳ ନଦେଲେ ନେବୁନାହିଁ ବୋଲି ହିତାଧିକାରୀ ଜିଦ୍ ଧରି ବସିବା ସହ ଚାଉଳ ବଣ୍ଟନକୁ ବନ୍ଦ କରିଦେଇଥିଲେ । ଫଳରେ କିଛି ସମୟ ପଞ୍ଚାୟତ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଯାଇଥିଲା ।
ସୂଚନାଯୋଗ୍ୟ ଯେ ରାଜନଗର ପଞ୍ଚାୟତ ନୁଆଗାଁ, ନୁଆଖୋମଣର ହିତାଧିକାରୀ ଅପ୍ରେଲ ମାସର ଚାଉଳ ପାଇନଥିଲେ । ବକେୟା ଚାଉଳକୁ ନଦେଇ ପଞ୍ଚାୟତ ତରଫରୁ ଦୁଇମାସର ଚାଉଳ ବଣ୍ଟନ କରାଯାଉଥିଲା ଓ ଏହାକୁ ହିତାଧିକାରୀ ବିରୋଧ କରି ପଞ୍ଚାୟତ ସମ୍ମୁଖରେ ହୋ ହାଲ୍ଲା କରିବା ସହିତ ପଞ୍ଚାୟତ ଅଫିସ ଘେରାଉ କରିଥିଲେ । ଖବର ପାଇ ପାଟଣା ଖାଦ୍ୟ ଓ ଯୋଗାଣ ନିରୀକ୍ଷକ ବିଦୁ୍ୟତଲତା ନାଏକ, ସରପଞ୍ଚ ସରସ୍ୱତୀ ନାଏକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସଝା କରାଇଥିଲେ ସୁଦ୍ଧା ହିତାଧିକାରୀ ଜିଦ୍ରେ ଅଟଳ ଥିଲେ । ପରେ ଖାଦ୍ୟ ଓ ଯୋଗାଣ ନିରୀକ୍ଷକ ବିଦୁ୍ୟତଲତା ନାଏକ ଅନ୍ଲାଇନ୍ କାରବାର ଯୋଗୁ ଅପ୍ରେଲ ମାସର ୪୫ କ୍ୱିଣ୍ଟାଲ ୪କେଜି ଚାଉଳ ଆସିନଥିବାରୁ ଏପରି ଅସୁବିଧା ହୋଇଛି ବୋଲି, ଚାଉଳ ଆସିଲେ ସମସ୍ତଙ୍କୁ ଅପ୍ରେଲ ମାସର ବଳକା ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ହିତାଧିକାରୀ ଧାରଣାରୁ ଉଠିଥିଲେ ଓ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here