ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି ବିରୋଧରେ ୨ରେ ଧର୍ମଘଟ

0
22

ନୂଆଦିଲ୍ଲୀ:ଘରୋଇ କମ୍ପାନୀ ଫ୍ଲିପ୍‌କାର୍ଟର ୭୭% ଅଂଶଧନକୁ ଆମେରିକୀୟ ରିଟେଲ୍‌ କମ୍ପାନୀ ଓ୍ବାଲ୍‌ମାର୍ଟ କିଣିବାକୁ ଯାଉଛି। ଏହି ଚୁକ୍ତି ବର୍ତ୍ତମାନ ୧୬ ବିଲିୟନ ଡଲାରରେ ଚୂଡାନ୍ତ ହୋଇଛି। ତେବେ ଏହାକୁ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟୀମାନେ ବିରୋଧ କରୁଛନ୍ତି। ଏହା ବିରୋଧରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଜୁଲାଇ ୨ରେ ଧର୍ମଘଟ କରିବ। ଦେଶର ୧୦୦୦ଟି ସ୍ଥାନରେ ଆନ୍ଦୋଳନ ହେବ। ଅହମ୍ମଦାବାଦଠାରେ ସୋମବାର ସିଏଆଇଟିର ନ୍ୟାଶ୍‌ନାଲ୍‌ ଗଭର୍ନିଂ କାଉନ୍‌ସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଫ୍ଲିପ୍‌କାର୍ଟ-ଓ୍ବାଲ୍‌ମାର୍ଟ ଚୁକ୍ତିକୁ ଖାରଜ କରିବା ପାଇଁ ସିଏଆଇଟି ସରକାରଙ୍କୁ ଅନୁରୋଧ କରିବ। ଏକ ଇ-କମର୍ସ ନୀତି ଆଣିବା ପାଇଁ ସଂଘ ଦାବି କରିଛି। ଏହା ସହିତ ଇ-କମର୍ସ ଶିଳ୍ପ ପାଇଁ ଏକ ନିୟାମକ ଆଣିବା ପାଇଁ ଏହା ଅନୁରୋଧ କରିଛି।

LEAVE A REPLY

Please enter your comment!
Please enter your name here