ଆଧାର ନାହିଁ ତ ସାର ନାହିଁ

0
52

ତିହିଡି: ସାର ବିକ୍ରି ବେଳେ କଳା ବଜାର ଯାହାକୁ ଯେତେ ଥିଲା । କଳାବଜାରୀକୁ ରୋକିବା ପାଇଁ ଆସିଛି ସରକାରଙ୍କ ତରଫରୁ ମେସିନ । ଯୋଗାଣ ବିଭାଗକୁ ପ୍ରଥମେ ଡିଲର ପଏଣ୍ଟ୍ରେ ମେସିନ ଯୋଗାଇ ସାରିବା ପରେ ଏବେ ସାର ବିକ୍ରି ଉପରେ ମେସିନ ବ୍ୟବହାର ଆରମ୍ଭ ହୋଇଛି । ୧୫ ହଜାର ୩୦୦ ଟଙ୍କାର ମୂଲ୍ୟ ରହିଥିବା ଏହି ମେସିନକୁ ଲାଇସେନ୍ସ ପ୍ରାପ୍ତ ସାର ବ୍ୟବସାୟୀଙ୍କୁ ରବିବାର ଇଫକୋ ଏବଂ କୃଷି ବିଭାଗ ମଧ୍ୟସ୍ଥିତତାରେ ବଣ୍ଟନ ହୋଇଛି । ଭଦ୍ରକ ଜିଲ୍ଲାର ୪୯୫ ଗୋଟି ସାର ବିକ୍ରୟ କେନ୍ଦ୍ରକୁ ଏହି ମେସିନ ବିନା ମୂଲ୍ୟରେ ଦିଆଯାଇଛି । ଭଦ୍ରକ ଜିଲ୍ଲାର ୧୦୮ଟି ସମବାୟ ସମିତି ·ଷୀଙ୍କୁ ସାର ବିକୁଥିବାରୁ ସମସ୍ତ ସମବାୟ ସମିତି ସମ୍ପାଦକଙ୍କୁ ଏହି ମେସିନ ଯୋଗାଇ ଦିଆଯାଇଛି । ସେହିପରି ୩୮୭ଜଣ ଛୋଟ ବଡ ସାର ବ୍ୟବସାୟୀଙ୍କୁ ମେସିନ ଇଫକୋ ତରଫରୁ ଦେବା ପରେ ଏହାର ବ୍ୟବହାର ବିଧି ପ୍ରଶିକ୍ଷଣ ଦିଆଯାଇଛି । ଏଣିକି ·ଷୀ ସାର କିଣିବା ବେଳେ ନିଜ ଆଧାର ନମ୍ବର ଦେବେ । ଆଧାର ନାହିଁତ ସାର ନାହିଁ । ଆଗରୁ ଭୂତ·ଷୀଙ୍କ ନାମରେ ସାର ବ୍ୟବସାୟୀ ସାର ବିକିଛନ୍ତି ବୋଲି ରିପୋର୍ଟ ପ୍ରସ୍ତୁତ କରି କଳାବଜାରୀରେ ଚଢାଦରରେ ବିକୁଥିଲେ । ଏଣିକି ·ଷୀଙ୍କ ଆଧାରକାର୍ଡ ଲିଙ୍କ୍ ହେବା ପରେ ସବୁ କଳାବଜାର ବନ୍ଦ ହେବ ବୋଲି କୃଷି ବିଭାଗ କହୁଛି । ୨୦୧୮ ଜାନୁଆରୀ ପହିଲା ଠାରୁ ବିନା ଆଧାର ଲିଙ୍କ୍ରେ ସାର ବିକିବା ବନ୍ଦ ହୋଇଥିଲା । ଏବେ ମେସିନ ବଣ୍ଟନ ପରେ କଡାକଡି ନିଦେ୍ର୍ଦଶ ହୋଇଛି । ବିନା ଆଧାରରେ ସାର ବିକିଲେ ଡିଲରଙ୍କ ଲାଇସେନ୍ସ ରଦ୍ଦ ହେବ । ·ଷୀ ଏଣିକି ଟିପ ଚିହ୍ନ ଦେବେ ମେସିନରେ । ·ଷୀଙ୍କ ଟିପ ଚିହ୍ନ ମେସିନରେ ବସିବା ପରେ ସବ୍ସିଡି ଲାଗୁ ହେବ । ଆଗରୁ ସାର ହୋଲସେଲର ଡିଲର ଟ୍ରକରେ ସାର୍ ବସ୍ତା ଚଢାଇବା କ୍ଷଣି ସବ୍ସିଡି ନେଇଯାଉଥିଲେ । ଏଣିକି ତାହା ବନ୍ଦ ହୋଇଯିବ । ଏହି ମେସିନ ବଣ୍ଟନ ଓ ପ୍ରଶିକ୍ଷଣ ବେଳେ ଜିଲ୍ଲା ସହକାରୀ କୃଷି ଅଧିକାରୀ (ଯୋଜନା) ପୂର୍ଣ୍ଣଚନ୍ଦ୍ର ସାହୁ, ତିହିଡି ବ୍ଲକ କୃଷିଅଧିକାରୀ ରଘୁନାଥ ପତି, ଇଫକୋ ଅଧିକାରୀ, ସାର ବ୍ୟବସାୟୀ, ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here