କୋର୍ଟ ପରିସରରେ ସ୍ବାମୀଙ୍କ ଲାଗି ଦୁଇ ସଉତୁଣୀ ମାରପିଟ: ପୋଲିସ ନାକେଦମ୍‌

0
69

ପାଟନା: ବିହାର ପୂର୍ଣିଆ ବଡ଼ହରାରେ ଦୁଇ ସଉତୁଣୀଙ୍କ ମାରପିଟ ନେଇ ସ୍ଥାନୀୟ ପୋଲିସକୁ ନାକେଦମ୍‌ ହେବାକୁ ପଡିଛି। ତଳେ ଗଡ଼ି ଦୁଇ ସଉତୁଣୀ ବାଡ଼ିଆପିଟା ହେଉଥିବା ଦୃଶ୍ୟ ଦେଖିବାକୁ ଜମା ହୋଇଥିବା ଗହଳି ହଟାଇବା ଲାଗି ପୋଲିସ ପାଇଁ ହୋଇଥିଲା କାଠିକର ପାଠ। ପଙ୍କଜ ପଣ୍ଡିତ ନାମକ ଜନୈକ ବ୍ୟକ୍ତି ଠାକୁରଗଞ୍ଜ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ସୁନୀତାଙ୍କୁ ଭଲ ପାଇ ବିବାହ କରିଥିଲେ। ପରେ ତାଙ୍କ ଘରଲୋକ ପଙ୍କଜଙ୍କ ବିବାହ କରିଥିଲେ ସୁଷମା ନାମକ ଅନ୍ୟ ଜଣେ ଯୁବତୀଙ୍କ ସହିତ । ପଙ୍କଜ ପ୍ରାୟତଃ ସୁନୀତା ପାଖରେ ରହୁଥିବାରୁ ଘରଲୋକ ଏନେଇ ଆଇନର ଆଶ୍ରୟ ନେଇଥିଲେ। ଦୁଇ ସଉତୁଣୀଙ୍କ ମାମଲା ପହଞ୍ଚିଥିଲା କୋର୍ଟରେ। ଏନେଇ ଶୁଣାଣି ହେବା ଦିନ କୋର୍ଟ ବାହାରେ ସୁଷମା ଓ ସୁନୀତା ପରସ୍ପରର ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମାରପିଟ। ଫଳରେ କୋର୍ଟ ପରିସରରେ ଏହି ହାଇ ଭୋଲଟେଜ୍‌ ଡ୍ରାମା ଦେଖିବାକୁ ହୋଇଥିଲା ଗହଳି । ବହୁକଷ୍ଟରେ ପୋଲିସ ଗହଳି ହଟାଇଥିଲା।

LEAVE A REPLY

Please enter your comment!
Please enter your name here