ଦ।ମଙ୍କ କଟ।କ୍ଷ ପ।ଣ୍ଡିଆନ ଜଣେ କିର।ଣୀ

0
117

ଭୁବନେଶ୍ୱର : ନିଜର ରୋକ ଠୋକ କଥ। ପ।ଇଁ ସବୁବେଳେ ଚର୍ଚ୍ଚାର ପରିଧି ଭିତରେ ରହି ଆସୁଥିବା
ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କଟାକ୍ଷ କରିବ।କୁ ପଛ।ଇ ନ।ହ।ନ୍ତି ।
ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କିରାଣୀ ବୋଲି କହିଛନ୍ତି ଶ୍ରୀ ରାଉତ । ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ଭୂମିକାରେ ଅଛନ୍ତି କି ବୋଲି ପ୍ରଶ୍ନ ଶୁଣି ସେ (ପାଣ୍ଡିଆନ) କିଏ ବୋଲି ପଲଟା ପ୍ରଶ୍ନ କରିଛନ୍ତି ଦାମ। ଏହାସହ ସେ ପାଣ୍ଡିଆନଙ୍କୁ ଜଣେ କିରାଣି କହିବା ସହ ତାଙ୍କ ପାଖରେ ମୋର କୈଣସି କାମ ନାହିଁ । ବିଜେଡି ଦଳର ଅନେକ ନେତା ତାଙ୍କୁ ସାର କହୁଥିବା ଚର୍ଚ୍ଚା ହେଉଥିବା ବେଳେ ଦାମଙ୍କ କିରାଣୀ ଉପାଖ୍ୟାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ୫୦ଲୋକରୁ ଅଧିକ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ସେ ଜଣେ ହୋଇଥିବେ। ତାଙ୍କୁ ଏତେ ଗୁରୁତ୍ୱ କାହିଁକି ଦେଉଛନ୍ତି। ରାଜ୍ୟର ଭଲ ମନ୍ଦ ରାଜା ମୁଣ୍ଡରେ ଯାଇଥାଏ। ଆମ ରାଜ୍ୟର ରାଜା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, “ଓଡ଼ିଶା ସେକ୍ରେଟାରିଏଟରେ ୪ ହଜାର କର୍ମଚାରୀ ଅଛନ୍ତି। ତା’ ଭିତରେ ପାଣ୍ଡିଆନ ଜଣେ ହୋଇଥିବେ। ମୁଁ ତାଙ୍କୁ କେବେ ଦେଖିନି କି ଚିହ୍ନିନି। ତାଙ୍କ ସହ ମୋର କେବେ ଦେଖା ହୋଇନି। ବିଜେଡି ର ପୂର୍ବତନ ଉପସଭାପତିଙ୍କ ଏହି ଉପାଖ୍ୟାନକୁ ନେଇ ଏବେ ପୁଣିଥରେ ଚଳଚଞ୍ଚଳ ହୋଇଛି ରାଜନୀତି  । ଆଗରୁ ତ।ଙ୍କ ନଁ।ରେ ଚର୍ଚ୍ଚା କରି କିଛି ନେତା ହଟହଟ। ହବ।ର ନଜିର ରହିଛି ।

LEAVE A REPLY

Please enter your comment!
Please enter your name here