ରାଉରକେଲା ,୯।୬: ଆରଏସପି ପରିସରକୁ ଚୋରି କରିବାକୁ ଯାଇ ନାଳରେ ଫଶି ରହିଛନ୍ତି ୪ଯୁବକ। ସଙ୍କୁଚିତ ଟର୍ନେଲ ଭିତରୁ ଏମାନଙ୍କୁ ଉଦ୍ଧାର କରିବାକୁ ଆରଏସପି ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଶନିବାର ଉଦ୍ୟମ ଜାରି ରହିଛି। ପ୍ରକାଶ ଯେ, ଶୀତଳପଡ଼ା ଅଞ୍ଚଳର ୪ଯୁବକ ଗତ ୩ତାରିଖରୁ ନିଖୋଜ ହେବା ନେଇ ଉଦିତ ନଗର ଥାନାରେ ପରିବାର ପକ୍ଷରୁ ଶୁକ୍ରବାର ଲିଖିତ ଅଭିଯୋଗ କରାଯାଇଥିଲା। ପରେ ଶନିବାର ସେମାନଙ୍କୁ ଉଦ୍ଧାର କରାଯିବାକୁ ପ୍ରୟାସ କରାଯାଇଛି।