କଂଗ୍ରେସର କର୍ମୀ ସମ୍ମିଳନୀ ଶେଷ: ରାହୁଲଙ୍କୁ ଭେଟିବେ ନିରଞ୍ଜନ

0
45

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ରାଜ୍ୟରେ ଆଗ୍ରେସିଭ୍‌ ମୋଡ୍‌ରେ ରାଜ୍ୟ କଂଗ୍ରେସ। ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରାଜ୍ୟବ୍ୟାପୀ ଚାଲିଥିବା କର୍ମୀ ସମ୍ମିଳନୀ ଆଜି ଅନୁଗୁଳରେ ଶେଷ ହୋଇଛି।  ଦିଲ୍ଲୀରେ ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ ଏହି ବୈଠକରେ ପିସିସିର ନୂଆ କର୍ମକର୍ତ୍ତା ତାଲିକାରେ ମୋହର ବାଜିବା ସମ୍ଭାବନା ରହିଛି।

ପିସିସିରେ ହେବ ଅମୂଳଚୂଳ ପରିବର୍ତ୍ତନ। ଯେଭଳି ଭାବେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ପଦାଧିକାରୀଙ୍କ ପରିବର୍ତ୍ତନ ହୋଇଥିଲା, ଠିକ୍ ସେଇ ଢାଞ୍ଚାରେ ବଦଳିବ ୩୩ଟି ସାଂଗଠନିକ ଜିଲ୍ଲାର ରୂପରେଖ। ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନ୍ୟାୟରେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପଦ ଛାଡ଼ି ସାରିଛନ୍ତି। ସେ ଦୃଷ୍ଟିରୁ ବିଧାୟକ ନବକିଶୋର ଦାସ, ଜାକବ ପ୍ରଧାନ ଓ ଦେବେନ୍ଦ୍ର ଶର୍ମାଙ୍କୁ ଜିଲ୍ଲା ସଭାପତି ପଦ ଛାଡିବାକୁ ପଡିବ। ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ।

LEAVE A REPLY

Please enter your comment!
Please enter your name here