ରେଳଧ।ରଣ।ରେ ଧ।ରଣ।

0
58

ଜଗୁଆଳିଯୁକ୍ତ ଫାଟକ ନିର୍ମାଣ ଦାବିରେ ରେଳ ରୋକ । କୁଜଙ୍ଗ ବ୍ଲକ ଫତେପୁରଠାରେ ନୂତନ ଜଗୁଆଳି ଯୁକ୍ତ ଫାଟକ ନିର୍ମାଣ ପାଇଁ ଦାବି କରିଛି ଫତେପୁର ସମନ୍ବୟ କ୍ରିୟାନୁଷ୍ଠାନ ପରିଷଦ । ପ୍ରତିବାଦରେ ରେଳ ଧାରଣାରେ ବସି ରହିଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ପାରାଦୀପରୁ କଟକ ଯାଉଥିବା ପାସେଞ୍ଜର ଟ୍ରେନ ଓ ମାଲବାନୀ ଟ୍ରେନ ଅଟକି ରହିଛି । ପୂର୍ବରୁ ମଧ୍ୟ ଦାବି ପୂରଣ ପାଇଁ ଏପ୍ରିଲ ୧୦ରେ ଧାରଣାରେ ବସିଥିଲେ । ସେହି ସମୟରେ ଜିଲ୍ଲା ପ୍ରଶାସନ ଓ ରେଲୱେ କର୍ତ୍ତୃପକ୍ଷ ପ୍ରତିଶୃତି ଦେବା ସହ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ କହିଥିଲେ । ହେଲେ ପ୍ରତିଶ୍ରୁତି ପାଳନ ନହେବାରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here