ଷ୍ଟିଲ ପ୍ଳାଂଟ ଡିଜିଏମଙ୍କ ଘର ଉପରେ ସିବିଆଇ ଚଢ଼ାଉ

0
52

ଭୁବନେଶ୍ୱର : ରାଉରକେଲା ଷ୍ଟିଲ ପ୍ଳାଂଟର ଡିଜିଏମଙ୍କ ଘର ଉପରେ ସିବିଆଇ ଚଢ଼ାଉ କରିଛି  । ନିଉ ପ୍ଲେଟ ମିଲର ଡିଜିଏମ ରାଜୀବ ରଂଜନଙ୍କ ଘର ଆଗରେ ସିବିଆଇ ଠିଆ ହୋଇଥିବାବେଳେ ଘର ତାଲା ପଡ଼ିଥିବା ଜାଣିବାକୁ ମିଳିଛି  । ସେ ଏବେ ଘରେ ନଥିବାବେଳେ ସିବିଆଇ ଅଫିସର ତାଙ୍କ ସହ ଫୋନରେ କଥା ହୋଇଛନ୍ତି  । ତେବେ ଦୁଇ ତିନି ଘଂଟା ମଧ୍ୟରେ ସେ ଘରେ ପହଁଚିବେ ବୋଲି ସୂଚନା ମିଳିଛି  । ଟେଣ୍ଡର ଅନିୟମିତତା ଅଭିଯୋଗରେ ଅନ୍ୟ କେତେକ ବରିଷ୍ଠ ଅଧିକାରୀଙ୍କ ଘର ଉପରେ ମଧ୍ୟ ସିବିଆଇର ଏକ ଟିମ୍ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି  । ଅପରପକ୍ଷରେ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଉପରେ ମଧ୍ୟ ଚଢ଼ାଉ ହୋଇଛି  ।

LEAVE A REPLY

Please enter your comment!
Please enter your name here