ରାଜୀବ ଗାନ୍ଧୀଙ୍କ ହତ୍ୟା ଭଳି ଷଡ଼ଯନ୍ତ୍ର ଯୋଜନା କରୁଛନ୍ତି ମାଓବାଦୀ

0
49

ନୂଆଦିଲ୍ଲୀ, ୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଭଳି ଷଡ଼ଯନ୍ତ୍ର ଯୋଜନା ମାଓବାଦୀ ସଂଗଠନ କରୁଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି। ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଏହା ଜଣାପଡିଛି। ମାଓବାଦୀମାନେ ଏନେଇ ପ୍ରସ୍ତୁତ କରିଛନ୍ତି ବ୍ଲୁ-ପ୍ରିଣ୍ଟ୍‌। ଦେଶର ରାଜନୈତିକ ନେତାଙ୍କୁ ଟାର୍ଗେଟରେ ରଖି ସ୍ବତନ୍ତ୍ର କାର୍ଯ୍ୟଧାରା ଆରମ୍ଭ କରିଛନ୍ତି ମାଓବାଦୀ ସଂଗଠନ। ତେବେ ଏନେଇ ଉପଯୁକ୍ତ ସୁଯୋଗକୁ ସଂଗଠନ ଅପେକ୍ଷା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here