ଭଉଣୀଙ୍କ ପାଇଁ ପାକିସ୍ତାନରେ ନିର୍ବାଚନ ପ୍ରଚାର କରିବେ ଶାହରୁଖ

0
39

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ଭଉଣୀ ପାକିସ୍ତାନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆସନ୍ତା ଜୁଲାଇ ୨୫ ତାରିଖରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଶାହରୁଖଙ୍କ ଦାଦା ଝିଅ ଭଉଣୀ ନୁରଜହାଁ ବିଧାୟିକା ଭାବେ ଛିଡ଼ା ହୋଇଛନ୍ତି । ଦାଦା ଝିଅ ଭଉଣୀ ହୋଇଥିଲେ ବି ଶାହରୁଖ ଓ ନୁରଜହାଁଙ୍କ ସମ୍ପର୍କ କୁଆଡେ ଅତି ନିବିଡ଼ ବୋଲି କୁହାଯାଏ । ଖୋଦ୍ ଶାହରୁଖ ବି ଏକଥା ସ୍ୱୀକାର କରିଛନ୍ତି । ପାକିସ୍ତାନରେ ଏବେ ବି ଶାହରୁଖଙ୍କ ପରିବାର ଓ ସମ୍ପର୍କୀୟମାନେ ରହୁଛନ୍ତି । ପେଶୱାର ପ୍ରଦେଶରୁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନୁରଜହାଁ ନିର୍ବାଚନ ଲଢୁଥିବା ବେଳେ ମହିଳା ସଶକ୍ତିକରଣ ଓ ବିକାଶ ପାଇଁ ସେ ଅଧିକ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି । ତେବେ ପାକିସ୍ତାନରେ ବି ଶାହରୁଖଙ୍କ ଫ୍ୟାନ ଅଛନ୍ତି । ତେଣୁ ନୁରଜହାଁଙ୍କ ପାଇଁ ଶାହରୁଖ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here