ମୋର ଧର୍ମକୁ ନେଇ ତାରା ପ୍ରଶ୍ନ କରିବାକୁ କିଏ : କୃଷ୍ଣ ସଗରିଆ

0
73

 

ଭୁବନେଶ୍ୱର :  ଜୟପୁର ବିଧ।ୟକ ତାରା ବାହିନୀପତିଙ୍କ  ବିରୁଦ୍ଧରେ ଅଭିଯୋଗ କରିଛନ୍ତି କୋରାପୁଟ ବିଧାୟକ
କୃଷ୍ଣଚନ୍ଦ୍ର ସଗରିଆ ସେ କହିଛନ୍ତି ତ।ର।ଙ୍କ ଉପରେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ  ସେ କଂଗ୍ରେସ ଦଳରୁ ଇସ୍ତଫା ଦେବେ । ଆସନ୍ତ। ନିର୍ବାଚନରେ ଦଳ ତରଫରୁ
ଟିକେଟ ମିଳିଲେ ନେବି କି ନାହିଁ ତାହା ସେ ଚିନ୍ତା କରିବେ ବୋଲି ରୋକଠୋକ ଭାବେ କହିଛନ୍ତି ସଗରିଆ । ସେ କହିଛନ୍ତି ଯେ, ମୋର ଧର୍ମକୁ ନେଇ ତାରା ପ୍ରଶ୍ନ କରିବାକୁ କିଏ? ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ ମୋର ବ୍ୟକ୍ତିଗତ ସ୍ୱାଧୀନତା ରହିଛି । ତାରାଙ୍କର କ’ଣ ଅସୁବିଧା ହେଉଛି ମୁଁ ଜାଣିପାରୁନାହିଁ । ଆରଏସଏସ ଓ ଭିଏଚପି ସହ ମିଶି ସେ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ଏ ନେଇ ମୁଁ ଏଆଇସିସି ସଭାପତି ରାହୁଳ ଗାନ୍ଧି, ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛି ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲିବାର ଯୋଜନା କରିଥିବାବେଳେ ଅପରପକ୍ଷରେ କୋରାପୁଟ ବିଧାୟକଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଛି  । ମୁହାଁମୁହିଁ ହୋଇଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  ।

ନିକଟରେ କୃଷ୍ଣଚନ୍ଦ୍ର ସଗରିଆ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ନିକଟରେ ସେ ଏକ ନିର୍ଦ୍ଧିଷ୍ଟ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗଙ୍ଗାଧର ନନ୍ଦ ନାମକ ଜଣେ ବ୍ୟକ୍ତି ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଥିଲେ । ସେତେବେଳେ ସଗରିଆ କହଥିଲେ ଯେ, ମୋ ବିରୋଧରେ କେତେକ କଂଗ୍ରେସ ଓ ବିଜେପି ନେତା ଚକ୍ରାନ୍ତ କରିଛନ୍ତି  । ସିଧାସଳଖ ତାରା ବାହିନୀପତିଙ୍କ ନାମ ନେଇ ସଗରିଆ ତାଙ୍କୁ ଟାର୍ଗେଟ କରିଥିଲେ । କୋରାପୁଟରେ ଦଳର ବୈଠକ ବେଳେ ତାରା ଭିଏଚପି ଓ ଆରଏସଏସ ନେତାଙ୍କୁ ମଂଚ ଉପରକୁ ଯିବା ପାଇଁ ଅନୁମତି ଦେଇଥିଲେ  । ସେମାନେ ଯାଇ କଂଗ୍ରେସ ନେତାଙ୍କୁ ସ୍ମାରକପତ୍ର ଦେଇଥିଲେ  । କିନ୍ତୁ କଂଗ୍ରେସ ଦଳର ଅନ୍ୟ ନେତାମାନଙ୍କୁ ସୁଯୋଗ ମିଳିନଥିଲା  । ଏନେଇ ସେ ଜିତେନ୍ଦ୍ର ସିଂହଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଅଭିଯୋଗ କରିଥିଲେ । ସେହିପରି ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇ-ମେଲ୍ ଯୋଗେ ଅବଗତ କରାଇଛନ୍ତି  । ତେବେ ସଗରିଆଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସେତେବେଳେ ତାରା କହିଥିଲେ ଯେ, ସେ କେବେ କୋରାପୁଟ ବିଧାୟକଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇନାହାନ୍ତି  । କିନ୍ତୁ କୋରାପୁଟ ବିଧାୟକ ତାଙ୍କ ବିରୋଧରେ ଅନେକ ବାର କହିଥିବାର ନଜିର ରହିଛି ।

LEAVE A REPLY

Please enter your comment!
Please enter your name here