ସାମ୍ବାଦିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

0
86

ଭୁବନେଶ୍ୱର : ସାମ୍ବାଦିକମାନଙ୍କ ପାଇଁ ବହୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ପହିଲାରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆରମ୍ଭ ହୋଇଥିବା ବେଳେ ଆଜି ସରକାର ଅନେକ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ସହାୟତା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ।
୧. କାର୍ଯ୍ୟରତ ସାମ୍ବାଦିକ ମୃତୁ୍ୟବରଣ କଲେ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।
୨. ସ୍ୱାସ୍ଥ୍ୟବୀମା ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବାର ଥିବା ବେଳେ ଯଦି ଅଧିକ ସହାୟତା ଆବଶ୍ୟକ ପଡେ଼ ତାହା ମଧ୍ୟ ସାମ୍ବାଦିକମାନଙ୍କୁ ପ୍ରଦାନ କରାଯିବ ।
୩. ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ନେଲେ ୩ ପ୍ରତିଶତ ସୁଧ ଛାଡ଼ କରାଯିବ । ନିୟମିତ ଭାବେ କିସ୍ତି ପୈଠ କରାଗଲେ ବାର୍ଷିକ ଏହି ସୁବିଧା ମିଳିବ ।
୪. ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର ଲୋନ ନେଲେ ୩ ପ୍ରତିଶତ ସୁଧ ରିହାତି ମିଳିବ ।
୫. ସାରାଜୀବନ ପାଇଁ ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକ ଅକ୍ଷୟମ ହୋଇଯାନ୍ତି ତେବେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।
୬. ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯିବ ।
୭. କାର୍ଯ୍ୟରତ ସାମ୍ବାଦିକଙ୍କ ମୃତୁ୍ୟ ଘଟିଲେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ପାଇଁ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ବାର୍ଷିକ ୨୫୦୦ ଟଙ୍କାର ଶିକ୍ଷା ସହାୟତା ପ୍ରଦାନ କରାଯିବ ।
୮. ସାମ୍ବାଦିକମାନଙ୍କୁ ବୃତିଗତ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ । ଆଇଆଇଏମସି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ୨୫ରୁ ୩୫ଜଣ ସାମ୍ବାଦିକଙ୍କୁ ୩ ଦିନିଆ/ସାପ୍ତାହିକ/ ଦୁଇ ସପ୍ତାହର ପ୍ରଶିକ୍ଷଣ ପ୍ରଦାନ କରାଯିବ । ରାଜ୍ୟ ସରକାର ୫ ବର୍ଷିଆ ବ୍ଲକ ପିରିୟଡ଼ ମଧ୍ୟରେ ଜଣ ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ।
ଏହିସବୁ ସୁବିଧାଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ସୂଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଲୋକସଂପର୍କ ସଚିବ ହେମନ୍ତ ଶର୍ମା ଏବଂ ନିଦେ୍ର୍ଧଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ଏଭଳି ଘୋଷଣା ସାମ୍ବାଦିକ ମହଲରେ ଖୁସି ଭରିଦେଇଛି । ଏ ନେଇ ବିଭିନ୍ନ ସାମ୍ବାଦିକ ସଂଘ ଓ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here