୭୨ ଘଣ୍ଟାର ଅପରେସନ ଫେଲ୍, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରିବାର

0
72

ଜୟପୁର: ର।ଜ୍ଯରେ ସରକାରଙ୍କ ଖ।ମଖିଆଲି ନିତି ଯୋଗୁଁ ଖଣି ଖ।ଦ।ନରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲ।ଗିଛି । ଏଭଳି ଏକ ଘଟଣା ତିନି ଦିନ ହେବ ଚର୍ଚ୍ଚାରେ ରହିଛି ।କୋରାପୁଟ ଜିଲ୍ଲା ଗୁମ୍ମାପଥର ପାହାଡ଼ ଧସିବାକୁ ୭୨ଘଣ୍ଟା ବିତିଯାଇଥିଲେ ସୁୁଦ୍ଧା ଏପର୍ଯ୍ୟନ୍ତ ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସ୍ଥାନୀୟ ପ୍୍ରଶାସନ ତରଫରୁ ସମସ୍ତ ଉଦ୍ୟମ ସତ୍ତ୍ୱେ ସୁଫଳ ନମିଳିବାରୁ ଏନ୍ଏମ୍ଡିସିର ଦୁଇଟି ଜେସିବି ପହଞ୍ଚô ପଥର ଓଜନ ଆକଳନ କଲାପରେ ହାତ ଟେକିଦେଇଥିଲା । ଲାଇଭ୍ ଡିଟେକ୍ଟର ଦ୍ୱାରା ପରୀକ୍ଷା କଲାପରେ ଜଣାପଡିଥିଲା ଯେ ବଡ ବଡ ପଥର ତିନୋଟି ତଳେ କିଛି ଅନୁମାନ କରାଯାଉଛି । ଏହାପରେ ଅନ୍ୟଏକ ଘରୋଇ ଠିକାଦାର ସଂସ୍ଥାର ଉଚ୍ଚଶକ୍ତିସମ୍ପନ୍ନ ଜେସିବି ଉଦ୍ଧାରରେ ନିୟୋଜିତ କରାଯାଇଥିଲା । ମେସିନ୍ଟି ସତର୍କତାର ସହିତ ବଡ ପଥରଖଣ୍ଡଗୁଡିକୁ ଛୋଟଛୋଟ କରି ସଫେଇ କାମ ଚାଲୁ ରଖିଥିଲା । କିନ୍ତୁ ପ୍ରବଳ ବର୍ଷା ହେବାରୁ ଉଦ୍ଧାର ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ତଦାରଖ କରୁଥିଲେ । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ପଥର ତଳୁ ଅପରେଟର ଦ୍ୱୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପରିବାର ଲୋକେ ରବିବାର ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଚାପି ହୋଇଥିବା ଘନଶ୍ୟାମ ଗୁରୁଙ୍କ ବାପା ଦୁର୍ଯୋଧନ ଗୁରୁ ଓ ସଞ୍ଜୟ ଦାସଙ୍କ ଭାଇ ପ୍ରଶାନ୍ତ ପଟ୍ଟନାୟକ ସେନାବାହିନୀ ସହାୟତାରେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here