ମୋର ପ୍ରିୟ ଏନ୍‌ଡିଏର ସହଯୋଗୀ ବନ୍ଧୁ, ଶିଘ୍ର ବିହାର ପାଇଁ କାମ କରିବା ଆରମ୍ଭ କର ନ ହେଲେ …

0
467

ବିହାର: ବିହ।ର ଉପ ନିର୍ବାଚନରେ ନୀତିଶ ସରକାରଙ୍କ ପର।ଜୟରେ ବିଜେପି ଦଳୀୟ ସାଂସଦ ଶତ୍ରୁଘ୍ନ ସିହ୍ନା ମୁହଁ ଖୋଲିଛନ୍ତି । ଏଥର ସେ ନିଜର ବନ୍ଧୁ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିବା ସହ ଚେତାବନୀ ଦେଇଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି “ମୋର ପ୍ରିୟ ଏନ୍‌ଡିଏର ସହଯୋଗୀ ବନ୍ଧୁ, ଶିଘ୍ର ବିହାର ପାଇଁ କାମ କରିବା ଆରମ୍ଭ କର ନ ହେଲେ ଅର୍ଜୁନ (ତେଜସ୍ୱୀ) ପ୍ରସ୍ତୁତ ହୋଇ ରହିଛି ।” ତେବେ ଏଥର ଶତ୍ରୁଘ୍ନ ତେଜସ୍ୱୀ ଯାଦବଙ୍କୁ ଅର୍ଜୁନଙ୍କ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି ।

ସୂଚନାନୁସାରେ, ପୂର୍ବରୁ ବହୁଥର ଶତ୍ରୁଘ୍ନ ବିଭିନ୍ନ ଘଟଣାକୁ ନେଇ ନିଜ ଦଳ ବିଜେପିକୁ କଟାକ୍ଷ କରିଥିବା ଦେଖାଯାଇଛି । କିଛି ଦିନ ପୂର୍ବେ ଆସିଥିବା ଉପନିର୍ବାଚନ ଫଳାଫଳ ଗୁଡିକରୁ ବିହାରରେ ଲାଲୁ ଯାଦବଙ୍କ ଦଳ ଆର୍‌ଜେଡି କ୍ଷମତାସୀନ ଜେଡିୟୁକୁ ହରାଇବା ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ ଜରିଆରେ ନୀତିଶଙ୍କୁ କଡା ସମାଲେଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here