ଆମ ଗାଁକୁ ପୋଷ୍ୟ ଭାବେ ନେଇ ସାବତପୁଅ ଭଳି ଆମ ସହିତ ବ୍ୟବହାର କରୁଛି ଓଏମ୍ସି

0
67

ଅନ୍ୟ ପଡିଶା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ସମସ୍ତଙ୍କୁ ଘର ମିଳି ଅନେକ ନୂଆ ଘରେ ରହିସାରିଲେଣି ହେଲେ ଆମ ଗାଁକୁ ପୋଷ୍ୟ ଭାବେ ନେଇ ସାବତପୁଅ ଭଳି ଆମ ସହିତ ବ୍ୟବହାର କରୁଥିବା ଲୋକମାନେ କହିଛନ୍ତି । ପାଣି ବ୍ୟବସ୍ଥା ମଧ୍ୟ ଆଜିଯାଏ ଠିକ୍ ଭାବେ ନକରିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓଏମ୍ସି ପୋଷ୍ୟ ଗ୍ରାମ ଭାବେ ନେଇଥିବାରୁ ସରକାରୀ ସ୍ତରରେ ଏ କ୍ଷେତ୍ରରେ କିଛି କରି ପାରିବ ନାହିଁ ବୋଲି କହି ବାଂଶପାଳ ବ୍ଲକ ପ୍ରଶାସନ ହାତବାନ୍ଧି ଚୁପ୍ ବସିଥିବା ସରପଞ୍ଚ ଚୈତନ୍ୟ ଚରଣ ମଲ୍ଲିକ କହିଛନ୍ତି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କିଛି ଠୋସ ପଦକ୍ଷେପ ନେବାକୁ ଦାବୀ ହେଉଛି । ଏଠାରେ ସୂଚାଇ ଦେଉଛି ଯେ ଏହି ଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ଘରପିଛା ୨ ଲକ୍ଷ ଟଙ୍କା ଅଟକଳ ହୋଇଥିବା ସରପଞ୍ଚ କହିଛନ୍ତି । କିନ୍ତୁ ଘର ନିର୍ମାଣ କାମରେ ଅନିୟମିତତା ହୋଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here