ଭୁବନେଶ୍ୱରରୁ ହାର୍ଡକୋର ମାଓବାଦୀ ଅଲ୍ଲୀକ ଚକ୍ରବର୍ତ୍ତୀ ଗିରଫ ଘଟଣା;ଆଜି ଭୁବନେଶ୍ୱର SDJMରେ ହାଜର

0
126

ଭୁବନେଶ୍ୱରରୁ ହାର୍ଡକୋର ମାଓବାଦୀ ଅଲ୍ଲୀକ ଚକ୍ରବର୍ତ୍ତୀ ଗିରଫ ଘଟଣା । ଆଜି ଅଲ୍ଲୀକକୁ ଭୁବନେଶ୍ୱରSDJMରେ ହାଜର କରାଯିବ । କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ । ଅଲ୍ଲୀକ ନାଁରେ ପଶ୍ଚିମବଙ୍ଗ ବିଭିନ୍ନ ଥାନାରେ ୭୦ରୁ ଅଧିକ ମାମଲା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅଲ୍ଲୀକ୍ ଚିକିତ୍ସିତ ହେଉଥିବା ବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୋଲିସ୍, ତାଙ୍କୁ ମିଳିମିଶି ମାଡ଼ି ବସିଛନ୍ତି । କମିଶନରେଟ୍ ପୋଲିସ୍ ସହାୟତାରେ, ଦକ୍ଷିଣ ୨୪ ପ୍ରଗଣା ପୋଲିସ୍ ତାଙ୍କୁ ଗିରଫ କରିଛି । ଅଲ୍ଲୀକ୍ ସ୍ମଲ୍ ନକ୍ସଲାଇଟ୍ ଆଉଟ୍ ଫିଟ୍-ର ରେଡ୍ ଷ୍ଟାରର ପଲିଟିବ୍ୟୁରୋ ସଦସ୍ୟ ଥିଲା । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ପାୱାର୍ ଗ୍ରୀଡ୍ ସ୍ଥାପନକୁ ସେ ଜୋରଦାର୍ ବିରୋଧ କରୁଥିଲା । ଗ୍ରୀଡ୍ ବସାଇ ନଦେବାକୁ ଲୁଚିଛପି ଲୋକଙ୍କ ସହ ମିଶି ମେଳି ଚଳାଇଥିଲା । ତେବେ ଭୁବନେଶ୍ବରରେ ସେ ଚିକିତ୍ସିତ ହେଉଥିବା ନେଇ ପଶ୍ଚିମବଙ୍ଗ ପୋଲିସ୍ ହାତରେ ଲାଗିଥିଲା ଠୋସ୍ ଖବର । ତେଣୁ ଦକ୍ଷିଣ ୨୪ ପ୍ରଗଣା ପୋଲିସର ସ୍ବତନ୍ତ୍ର ଟିମ୍, ଭୁବନେଶ୍ବରରେ ଆସି ଜାଲ ବିଛାଇଥିଲା । ଆଉ ଶେଷରେ କମିଶନରେଟ୍ ପୋଲିସ ସହାୟତାରେ ଅଲ୍ଲୀକ ଚକ୍ରବର୍ତ୍ତୀକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here