ରାହୁଲ ଗାନ୍ଧୀ ‘ନିପା ଭାଇରସ୍‌’: ଅନିଲ ବିଜ୍‌

0
77

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିପା ଭାଇରସ୍‌ ସହ ତୁଳନା କରିଛନ୍ତି ହରିୟାନାର ଭାଜପା ନେତା ଅନିଲ ବିଜ୍‌। ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଏହି ନେତା ଏଥର ଆଉ ପାଦେ ଆଗକୁ ଆସି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀଙ୍କୁ। କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମିଳିତ ସରକାର ଗଠନକୁ ନେଇ ପ୍ରତିକ୍ରିୟା ରଖି ବିଜ୍‌ କହିଛନ୍ତି ଯିଏ ଗାନ୍ଧୀଙ୍କ ସହ ମିଶିବ ସେ ଶେଷ ହୋଇଯିବ। ସେ ହେଉଛନ୍ତି ‘ନିପା ଭାଇରସ୍‌’। ଯେଉଁ ଦଳ ତାଙ୍କ ସଂସ୍ପର୍ଶରେ ଆସିବ ସେ ଲିନ ହୋଇଯିବ। ତେବେ ବିଜ୍‌ଙ୍କର ଏହା ପ୍ରଥମ ବିବାଦୀୟ ଟିପ୍ପଣୀ ନୁହେଁ। ଏହା ପୂର୍ବରୁ ସେ ଗାନ୍ଧୀ ଓ ନେହେରୁଙ୍କ ସମ୍ପର୍କରେ ମଧ୍ୟ ଏହିପରି ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here