ପତଞ୍ଜଳି ସିମ୍ : ୧୪୪ ଟଙ୍କାରେ ୨ ଜିବି ଡାଟା ସହ ୫ ଲକ୍ଷ ଟଙ୍କାର ଜୀବନ ବୀମା

0
149

ଜିଓକୁ ଟକ୍କର ଦେବେ ବାବା ରାମଦେବ । ଏବେ ଟେଲିକମ୍ ସେକ୍ଟରରେ ଧମାଲ୍ ମଚାଇବେ ଯୋଗଗୁରୁ । କାରଣ ଲଂଚ୍ ହେଲା ପତଞ୍ଜଳି ସିମ୍ । ଏହି ସିମର ନାଁ ରହିଛି ‘ସ୍ୱଦେଶୀ ସମୃଦ୍ଧି ସିମ୍ କାର୍ଡ’ । ତେବେ ବର୍ତ୍ତମାନ ପାଇଁ ଏହି ସିମ୍ କାର୍ଡ କେବଳ ପତଞ୍ଜଳି ଆୟୁର୍ବେଦ କମ୍ପାନୀର କର୍ମଚାରୀଙ୍କୁ ମିଳିବ । ଏହାପରେ ସମଗ୍ର ଦେଶର ସାଧାରଣ ଜନତାଙ୍କ ପାଇଁ ଏହି ସିମ୍ ଲଂଚ୍ କରାଯିବ ।

ବିସଏସଏନଏଲ୍ ସହ ଟାଏ ଅପ୍ କରି ଏହି ସିମ୍ ଆଣିଛି ପତଞ୍ଜଳି । ୧୪୪ ଟଙ୍କାର ଏହି ସିମ୍ କିଣିଲେ ୨ ଜିବି ଡାଟା ସହ ମିଳିବ ଅସୀମିତ କଲ୍ ସୁବିଧା । ଏହା ସହ ପ୍ରତିଦିନ ୧୦୦ ମେସେଜ୍ କରିପାରିବେ ଗ୍ରାହକ । ଏହି ସିମରେ ଆଉ ଏକ ବିଶେଷ ଲାଭ ହେଉଛି ଯେ ଗ୍ରାହକ ଯଦି ପତଞ୍ଜଳି ଷ୍ଟୋରରୁ କୌଣସି ଜିନିଷ କିଣନ୍ତି ତେବେ ତାଙ୍କୁ ୧୦ ପ୍ରତିଶତ ରିହାତି ମିଳିବ । ଏହାସହ ପତଞ୍ଜଳି ନିଜର ସିମ୍ ୟୁଜରମାନଙ୍କୁ ସ୍ୱାସ୍ଥ୍ୟ, ଆକ୍ସିଡେଣ୍ଟ ଏବଂ ଲାଇଫ ଇନସୁରାନ୍ସ ମଧ୍ୟ ଯୋଗାଇଦେବ । ସ୍ୱେଦେଶୀ ସମୃଦ୍ଧି ସିମ୍ କାର୍ଡ ସହ ୟୁଜରଙ୍କୁ ୨.୫ ଲକ୍ଷ ଟଙ୍କାର ମେଡିକାଲ ଏବଂ ୫ ଲକ୍ଷ ଟଙ୍କାର ଲାଇଫ୍ ଇନସୁରାନ୍ସ ମିଳିବ ।

ହରିଦ୍ୱାରରେ ଆୟୋଜିତ ଏକ ସମାରୋହରେ ବାବା ରାମଦେବ ଏନେଇ ଘୋଷଣା କରିଛନ୍ତି । ରାମଦେବ କହିଛନ୍ତି ଏକ ସ୍ୱଦେଶୀ ନେଟୱର୍କ ହେଉଛି ବିଏସଏନଏଲ୍ । ଭାରତର ଖୁସି ଏବଂ ମଙ୍ଗଳ ହେଉଛି ଉଭୟ ବିଏସଏନଏଲ୍ ଏବଂ ପତଞ୍ଜଳିର ଉଦ୍ଦେଶ୍ୟ । ତେଣୁ ଉଭୟ କମ୍ପାନୀର ମିଳିତ ସହଯୋଗରେ ଏହି ସିମ୍ ଲଂଚ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here