ଜୁନ ପ୍ରଥମ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇବ

0
115

ଭୁବନେଶ୍ୱର: ଜୁନ ପ୍ରଥମ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖାତାଦେଖାରେ ବିଭ୍ରାଟ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବା କଥାକୁ ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱୀକାର କରିଛନ୍ତି । ଏହାସହ ମୂଲ୍ୟାୟନପରେ କମ୍ପୁଟରରେ ମାନୁଆଲ ଏଂଟ୍ରି କରାଯିବା କାରଣରୁ ମଧ୍ୟ ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ମେ’ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ମନ୍ତ୍ରୀ ଏନେଇ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ମାର୍ଚ୍ଚ ୬ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଏବଂ ୭ ତାରିଖରୁ କଳା ପରୀକ୍ଷା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here