ପତ୍ନୀକୁ ପତିର ଦରମା କେତେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ଅଛି : ହାଇକୋର୍ଟ

0
85

ନୂଆ ଦିଲ୍ଲୀ: କୋର୍ଟ କହିଲେ ପତ୍ନୀକୁ ଏହା ଜାଣିବାର ଅଧିକାର କି ତା’ ପତିଙ୍କର ସାଲାରୀ କେତେ ? ପତ୍ନୀକୁ ତୃତୀୟ ପକ୍ଷ ମାନିକରି ପତିର ଦରମା ସମ୍ବନ୍ଧିତ ସୂଚନା ଦେବାକୁ ମନା କରାଯାଇପାରିବ ନାହିଁ।

ସୂଚନାମତେ, ମଧ୍ୟ ପ୍ରଦେଶ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ନିଜ ରାୟରେ କହିଲେ କି ପତ୍ନୀକୁ ଏହା ଜାଣିବାର ଅଧିକାର କି ତା’ ପତିଙ୍କର ଦରମା କେତେ ବୋଲି। ବିଚାରପତି ଏସ.କେ. ସେଠ ଏବଂ ନନ୍ଦିତା ଦୁବେଙ୍କର ବେଂଚ ଯାଚିକାକର୍ତା ସୁନୀତା ଜୈନଙ୍କର ଆରଟିଆଇ ଅନୁଯାୟୀ ତାଙ୍କର ପତିଙ୍କର ‘ପେ-ସ୍ଲିପ’ ଦେବାକୁ ନିର୍ଦେଶ ଜାରି କରିଛନ୍ତି।

ସୁନିତାଙ୍କର ଓକିଲ ଗଣମାଧ୍ୟମକୁ କହିଛନ୍ତିଯେ, ‘‘ମୋର କ୍ଲାଇଣ୍ଟ ତରଫରୁ ଦାଖଲ କରାଯାଇଥିବା ଅପୀଲରେ କୁହାଯାଇଛି କି ସୁନୀତା ପବନ ଜୈନ ପତି-ପତ୍ନୀ ଦୁଇଜଣଙ୍କର ବୈବାହିକ ସମ୍ବନ୍ଧ ଭଲ ନାହିଁ। ତାଙ୍କର ପତି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ରେ ବଡ଼ ପଦରେ ଅଛନ୍ତି। କିନ୍ତୁ ପତି ତାଙ୍କୁ ଭରଣ-ପୋଷଣ ପାଇଁ କେବଳ ୭,୦୦୦ ଟଙ୍କା ଦେଉଛନ୍ତି। ଯେତେବେଳେ ତାଙ୍କର ଦରମା ପ୍ରାୟ ଦୁଇ ଲକ୍ଷ ପଚିଶ ହଜାର ଟଙ୍କା ପ୍ରତିମାସ ଅଟେ। ପତ୍ନୀ ସୁନୀତା ଭରଣ-ପୋଷଣର ରାଶି ବଢ଼ାଇବା ପାଇଁ ଜିଲା କୋର୍ଟରେ ପତିଙ୍କର ପେ-ସ୍ଲିପ ମାଗିବା ପାଇଁ ଆବେଦନ କରିଥିଲେ। ଯାହାକୁ ଡିଷ୍ଟ୍ରିକ୍ଟ କୋର୍ଟ ଏବଂ ଲୋକ ସୂଚନା ଅଧିକାରୀ ଶୁଣାଣି ପରେ ଖାରଜ କରି ଦେଇଥିଲେ।’’

ତା’ର ପରେ ସୁନୀତା କେନ୍ଦ୍ରୀୟ ସୂଚନା ଆଯୁକ୍ତ (ସିଆଇସି) ପାଖରେ ଅପିଲ କରିଥିଲେ। ସିଆଇସି ୨୭ ଜୁଲାଇ ୨୦୦୭ରେ ପାରିତ ନିଜର ଆଦେଶରେ ସୂଚନା ଅଧିକାର ଅନୁଯାୟୀ ପତ୍ନୀକୁ ପତିର ପେ-ସ୍ଲିପ ଦେବାପାଇଁ ବିଏସଏନଏଲକୁ ନିର୍ଦେଶ ଜାରି କରିଥିଲେ।

ସିଆଇସିଙ୍କର ଆଦେଶ ବିରୁଦ୍ଧରେ ପତି ହାଇ କୋର୍ଟର ଶରଣ ନେଇଥିଲେ। ତା’ ପରେ ପତ୍ନୀ ସୁନୀତା ନିଜର ପତି ପବନ ଜୈନ ଏବଂ ବିଏସଏଲଏଲ ବିରୁଦ୍ଧରେ ଦୁଇଟି ଅଲଗା-ଅଲଗା ଅପିଲ କରିଥିଲେ, ଯାହା ଉପରେ କୋର୍ଟ ସୁନୀତାଙ୍କର ପକ୍ଷରେ ରାୟ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here