୨ ଦିନରେ ୧୨ କୋଟି ‘ପରମାଣୁ’

0
116

ନୂଆଦିଲ୍ଲୀ:ବଲିଉଡ୍‌ ଷ୍ଟାର ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ପରମାଣୁ: ଦ ଷ୍ଟୋରି ଅଫ୍‌ ପୋଖରାନ୍‌ ବହୁ ବାଦବିବାଦ ପରେ ଶେଷରେ ମୁକ୍ତିଲାଭ କରିଛି। ତେବେ ରିଲିଜ ହେବାର ୨ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୧୨ କୋଟି ଟଙ୍କା ଆୟ କରି ସାରିଲାଣି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ୪.୮୨ କୋଟିର ବ୍ୟବସାୟ କରିଥିଲା। ଏହି ଫିଲ୍ମ ଜରିଆରେ ବହୁଦିନ ପରେ ଜନ୍‌ ପରଦାକୁ ଫେରିଛନ୍ତି। ତାଙ୍କ ସହ ଡାଏନା ପିଣ୍ଟୋ ମଧ୍ୟ ଲିଡ୍‌ରେ ନଜର ଆସିଛନ୍ତି। ଏହି ଫିଲ୍ମର କାହାଣୀ ୧୯୯୮ ମସିହାର ଦେଶର ସେହି ସମୟର କାହାଣୀ ଯେବେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାରେ ନ୍ୟୁକ୍ଲିୟର ଶକ୍ତିକୁ ସାମିଲ କରିଥିଲା। ଜଣାଶୁଣା ନିର୍ଦେଶକ ଅଭିଷେକ ଶର୍ମା ଏହାର ନିର୍ଦେଶନା ଦାୟିତ୍ୱରେ ଥିବା ବେଳେ ଜନ୍‌ଙ୍କ ପ୍ରଯୋଜନା ସଂସ୍ଥା ଏହାର ପ୍ରଯୋଜନା ଦାୟିତ୍ୱ ନେଇଛି। ଜନ୍‌ ଏହା ପୂର୍ବରୁ ଭିକି ଡୋନର ଏବଂ ମଦ୍ରାସା କାଫେ ଫିଲ୍ମ ପାଇଁ ପ୍ରଯୋଜନା କରି ସଫଳ ପ୍ରଯୋଜକ ଭାାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି।

LEAVE A REPLY

Please enter your comment!
Please enter your name here