ବ୍ରାହ୍ମଣୀ ପ।ଇଁ କ।ହ। ଆଖିରେ ଲୁହ ନ।ହିଁ ଉପର ମୁଣ୍ଡରେ ଝାଡ଼ଖଣ୍ଡର ୧୮ ବନ୍ଧ

0
74

ଭୁବନେଶ୍ୱର: ମହ।ନଦୀ ସମସ୍ୟା ଏକ ର।ଜ୍ୟ ସମସ୍ୟା ନୁହଁ ଏକ ଜ।ତିୟ ସମସ୍ୟା ହୋଇ ଉଭ। ହୋଇଛି । ଏହ।କୁ ନେଇ ର।ଜନୀତି ଏମିତି ଏକ ସ୍ତରରେ ପହଞ୍ଚିଛି ସତେ ଯେପରି ମର ବ। ମ।ର ପରିସ୍ଥିତି ଆପଣନେଇଛନ୍ତି ବିଭିନ୍ନ ର।ଜନୈତିକ ଦଳ ହେଲେ ବ୍ର।ହ୍ନଣୀ ପ।ଇଁ ସତେ ଯେପରି କ।ହ। ଆଖିରେ ଲୁହନ।ହିଁ । ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ କରିବା ଫଳରେ ଅଣମୌସୁମୀ ଋତୁରେ ଏହି ନଦୀରେ ଜଳ ପ୍ରବାହ ବ୍ୟାପକ ମାତ୍ରାରେ କମିଯାଉଛି । ଏହାଛଡ଼ା କଳକାରଖାନା, ଖଣି ଖାଦାନ ଓ ସହରାଞ୍ଚଳର ବର୍ଜ୍ୟବସ୍ତୁ ଯୋଗୁ ବ୍ରାହ୍ମଣୀ ଜଳ କେବଳ ପ୍ରଦୂଷିତ ନୁହେଁ ବିଷାକ୍ତ ହେବାରେ ଲାଗିଛି । ମହାନଦୀକୁ ନେଇ ରାଜନୈତିକ ଓ ଆଇନ୍‍ଗତ ଲଢ଼େଇ ଜୋରଦାର୍‍ ଚାଲୁଥିବା ବେଳେ ବ୍ରାହ୍ମଣୀର ଦୁଃଖ କେହି ଦେଖିପାରୁନାହାନ୍ତି ।
ଶଙ୍ଖ ଓ କୋଏଲ୍‍ ନଦୀ ଦ୍ୱୟ ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ସୃଷ୍ଟି ହୋଇ ରାଉରକେଲାର ବେଦବ୍ୟାସ ନିକଟରେ ମିଶି ବ୍ରାହ୍ମଣୀ ସୃଷ୍ଟି କରିଛନ୍ତି । ବ୍ରାହ୍ମଣୀ ନଦୀ ଓଡ଼ିଶାର ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୫୪୧ କିମି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ବୈତରଣୀ ସହ ବ୍ରାହ୍ମଣୀ ମିଶି ଧାମରା ଠାରେ ବଙ୍ଗୋପସାଗରରେ ପଡ଼ିଛି । ପାରାଦୀପ ମୁହାଣ ଭଳି ବ୍ରାହ୍ମଣୀ-ବୈତରଣୀ ମୁହାଣରେ ବି ଧାମରା ବନ୍ଦର ଅଛି ।

ସରକାରୀ ତଥ୍ୟ ମୁତାବକ ବ୍ରାହ୍ମଣୀରେ ପ୍ରବାହିତ ଜଳ ରାଶିର ୫୫.୮୧ ପ୍ରତିଶତ ଅବ୍ୟବହୃତ ହୋଇ ସମୁଦ୍ରରେ ମିଶୁଛି । ବ୍ରାହ୍ମଣୀ ଉପରେ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ରେଙ୍ଗାଲୀ ଠାରେ ସତୁରି ଦଶକରେ ଆରମ୍ଭ ହୋଇ ୧୯୮୫ରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏହାର ୩୫ କିମି ତଳେ ସମଲ ବ୍ୟାରେଜ୍‍ ମଧ୍ୟ ହୋଇଛି ।

ତେବେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ ବ୍ରାହ୍ମଣୀର ଉପନଦୀ କୋଏଲ୍‍ ଉପରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ୯ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଏଠାରେ ପ୍ରକଳ୍ପ ହେବ ନାହିଁ ବୋଲି ଏବେ କୁହାଯାଉଛି । ଏଠାରୁ ଦୁଇ କିଲୋମିଟର ଦୂରରେ ଅମିରପୁରଠାରେ ଅନ୍ୟ ଏକ ଛୋଟ ପ୍ରକଳ୍ପ ହେବ ବୋଲି ଜଣାପଡ଼ିଛି ।

ରେଙ୍ଗାଲୀ ଜଳଭଣ୍ଡାର ମଧ୍ୟକୁ ପଟୁ ପ୍ରବେଶ କରିବା ଫଳରେ ଏହାର ଜଳଧାରଣ କ୍ଷମତା କମିବାରେ ଲାଗିଛି । ଇତିମଧ୍ୟରେ ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲ୍‍ ଉପରେ ୧୫ଟି ବନ୍ଧ ନିର୍ମାଣ କାମ ସାରିଥିବା ବେଳେ ଆଉ ୩ଟି ବନ୍ଧ ଅଧାପନ୍ତରିଆ ଭାବେ ରହିଛି । ଝାଡ଼ଖଣ୍ଡ ଜଳସେଚନ, ବିଦ୍ୟୁତ୍‍ ଉତ୍ପାଦନ ଓ ଶିଳ୍ପ ପାଇଁ ଶଙ୍ଖ ଓ କୋଏଲ୍‍ ନଦୀର ଜଳ ମନଇଚ୍ଛା ବ୍ୟବହାର କରୁଛି ।

ଅଣମୌସୁମୀ ଋତୁ ବିଶେଷ କରି ଖରାଦିନେ ଝାଡ଼ଖଣ୍ଡ ତଳ ମୁଣ୍ଡକୁ ପାଣି ଛାଡ଼ୁନଥିବାରୁ ରାଉରକେଲା ପାଖରେ ଶଙ୍ଖ ଓ କୋଏଲ୍‍ ନଦୀ ଶୁଖିଲା ପଡ଼ୁଛନ୍ତି । ଏହାର ପ୍ରଭାବ ସମଗ୍ର ବ୍ରାହ୍ମଣୀ ଅବବାହିକାରେ ଦେଖାଯାଉଛି । ଫଳରେ ବ୍ରାହ୍ମଣୀ ଅବବାହିକାରେ ଜଳସେଚନ, ମତ୍ସ୍ୟ ଉତ୍ପାଦନ ଆଦି ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି ।

ରାଉରକେଲା ଇସ୍ପାତ କାରଖାନା, ନାଲ୍‍କୋ, ତାଳଚେରର କୋଇଲା ଖଣି ଓ ଶିଳ୍ପାନୁଷ୍ଠାନ ଓ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପ ସମୂହ ଗୋଟିଏ ପଟେ ବ୍ରାହ୍ମଣୀ ନଦୀର ପାଣି ଉପରେ ନିର୍ଭର କରୁଥିବା ବେଳେ ଅନ୍ୟପଟେ ଶିଳ୍ପାନୁଷ୍ଠାନ, ଖଣି ଖାଦାନର ବର୍ଜ୍ୟବସ୍ତୁ ଓ ତଟ୍ଟବର୍ତ୍ତୀ ସହରାଞ୍ଚଳର ନର୍ଦ୍ଦମା ପାଣି ଯୋଗୁ ବ୍ରାହ୍ମଣୀ ଏବଂ ତା’ର ଶାଖା ଓ ଉପନଦୀଗୁଡ଼ିକ ପ୍ରବଳ ଭାବେ ପ୍ରଦୂଷିତ ହେଲେଣି ।

ରାଉରକେଲା ନିକଟରେ ଶଙ୍ଖ, କୋଏଲ୍‍ ଓ ବ୍ରାହ୍ମଣୀ ଜଳର ପ୍ରଦୂଷଣ ସ୍ତର ‘ଗ’ ଶ୍ରେଣୀ ଠାରୁ ବି ଖରାପ । ସମଲ, ତାଳଚେର, ଢେଙ୍କାନାଳ, ମଣ୍ଡାପାଳ, ଭୁବନ, ଧର୍ମଶାଳା, ପଟ୍ଟାମୁଣ୍ଡାଇ ଆଦି ନିକଟରେ ବ୍ରାହ୍ମଣୀର ଜଳ ଅତି ପ୍ରଦୂଷିତ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ୱୀକାର କରୁଛି ।

ଏହାର ଅନ୍ୟତମ ଶାଖାନଦୀ ମନ୍ଦିରା, କିସିଣ୍ଡାଝର, ଖରସୁଅାଁ, କୁରାଣ୍ଢୀନାଳ, ବଡ଼ଝୋର ଆଦି ମଧ୍ୟ ବ୍ୟାପକ ମାତ୍ରାରେ ପ୍ରଦୂଷିତ । ଖରାଦିନେ ନଦୀ ଶଯ୍ୟା ଶୁଖିଲା ପଡ଼ୁଥିବା ବେଳେ ପ୍ରଦୂଷିତ ଜଳ ମୋଟା କଳା ରଙ୍ଗର ଦେଖାଯାଉଛି । ଓଡ଼ିଶାର ଅର୍ଥନୀତି ସୁଦୃଢ଼ କରିବାରେ ବ୍ରାହ୍ମଣୀର ବିଶେଷ ଅବଦାନ ଥିବା ବେଳେ ତାହାର ସୁରକ୍ଷା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ।

ଫଳରେ ଭବିଷ୍ୟତରେ ଏହାର ତଳମୁଣ୍ଡରେ ଥିବା ଭିତରକନିକା ଅଭୟାରଣ୍ୟ ଓ ଧାମରା ବନ୍ଦର ମଧ୍ୟ ଭବିଷ୍ୟତରେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here