୧୬୭ ଡାକ୍ତର ବଦଳରେ ଅଛନ୍ତି ୬୮

0
43

ଭଦ୍ରକ: ଭଦ୍ରକ ଜିଲ୍ଳାରେ ବହୁ ଡାକ୍ତର ପ୍ରଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡିଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବା ବେଳେ ଗାଁ ଗହଳ ଡାକ୍ତରଖାନା ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା । ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତର ଅଭାବରେ ସରକାରୀ ସ୍ୱାସ୍ଥ୍ୟ ସେବାକୁ ଏକପ୍ରକାର ଅଚଳ କରିଦେଇଛି । ଡାକ୍ତର ପ୍ରଦବୀ ସମେତ ଟେକ୍ନିସିଆନ ଫାମାଷ୍ଟିସ, ନର୍ସ ଏନ୍ଏମ୍ ପ୍ରଦବୀ ମଧ୍ୟ ଖାଲି ପଡିଛି । ଯାହାକୁ ନେଇ ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକରେ ଉଦବେଗ୍ ପ୍ରକାଶ ପାଇଛି । କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ସାଂସଦ ଅର୍ଜ୍ଜୁନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ବିଧାୟକ ଯୁଗଳ ପଟ୍ଟନାୟକ, ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ପୌରାଧ୍ୟକ୍ଷ ମାନସ ମହାନ୍ତି, ଭଦ୍ରକ ବ୍ଲକ ସଭାପତି ରଘୁନାଥ ଧଳ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା ରସିଦ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନା କରିଥିଲେ ।
ଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ୭ଟି ସିଏଚ୍ସି , ଗୋଟିଏ ଏରିଆ ହସ୍ପିଟାଲ, ଗୋଟିଏ ଚକ୍ଷୁ ଡାକ୍ତରଖାନା ଏବଂ ପ୍ରାୟ ୫୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗରେ ୧୬୬ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ୬୮ ଜଣ ଡାକ୍ତର ଅଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ୬୬ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ମାତ୍ର ୩୪ ଜଣ ଡାକ୍ତର ଅଛନ୍ତି । ଜିଲ୍ଲାରେ ଆବଶ୍ୟକତା ଠାରୁ ୯୮ ଜଣ ଡାକ୍ତର ନଥିବା ବେଳେ ଜିଲ୍ଲା ହେଡକ୍ୱାଟର ହସ୍ପିଟାଲରେ ଆବଶ୍ୟକତା ଠାରୁ ୩୨ ଜଣ ଡାକ୍ତର କମ୍ ରହିଛନ୍ତି । ସରକାର ଡାକ୍ତରଖାନା ଗୁଡିକରେ ଡାକ୍ତର ଅଭାବ ସଙ୍କଟକୁ ଟାଳିବା ସକାସେ ପିଜି ପାସ୍ କରୁଥିବା ଡାକ୍ତରୀ ଛାତ୍ରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଉଛନ୍ତି । ସେମାନେ କିଛିଦିନ କାମକରି ଉଚତର ଶିକ୍ଷା ଅଥବା ଅଧିକ ବେତନପାଇ ଚାକିରୀ ଛାଡି ଚାଲିଯାଉଛନ୍ତି । ଫଳରେ ସରକାରୀ ଡାକ୍ତରଖାନା ଗୁଡିକରେ ଅବସ୍ଥାର କୌଣସି ସୁଧାର ହେଉନାହିଁ । ପରିସ୍ଥିତିକୁ ମୁକାବିଲା କରିବା ସକାସେ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତି ନେଇ ବାରମ୍ଭାର ବିଜ୍ଞାପନ ଦେଉଥିଲେ ମଧ୍ୟ କେହି ସରକାରୀ ଡାକ୍ତରଖାନାରେ ଚାକିରୀ କରିବାକୁ ଆସୁନାହାନ୍ତି । ଏଥିନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ରମାଗତ ଭାବେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ପରେ ଚିଠି ଲେଖୁ ଥିଲେ ବି ଅବସ୍ଥାରେ ସୁଧାର ଆସୁନାହିଁ । କେବଳ ଡାକ୍ତର ନୁହଁନ୍ତି ଫାର୍ମାଶିଷ୍ଟ ଏବଂ ବିଭିନ୍ନ ଚିକିତ୍ସା ଯନ୍ତ୍ରପାତି ଜଳାଇବା ସକାସେ ଟେକ୍ନିସିଆନ ମିଳୁନାହାନ୍ତିି । ଫଳରେ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଯୋଗାଇ ଦେଇଥିବା ଅଲଟ୍ରାସାଉଣ୍ଡ ଭଳି ଗୁରୁତ୍ୱପୁର୍ଣ୍ଣ ମେସିନ ବର୍ଷ ସାରା ଅଚଳ ପଡୁଛି । ସେହିଭଳି ଡାକ୍ତରଖାନାରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ, ସଫେଇ, ସିକୁ୍ୟରିଟି ଏବଂ ଲଣ୍ଡି୍ର ଆଦି ବ୍ୟବସ୍ଥା ଉପରେ କମିଟି ଉଦ୍ବେଗ ପ୍ରକାଶ କରିଛନ୍ତି । ବ୍ୟବସ୍ଥାର ସ୍ୱଚ୍ଛତା ଆଣିବା ସକାସେ ବିନା ଟେଣ୍ଡର କାହାରିକୁ ନିଯୁକ୍ତି ଦେବା ଉପରେ କଟକଣା ଜାରି କରିବାକୁ ବୈଠକରେ କୁହାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ନିରାମୟ, ମହାପ୍ରାୟଣ, ନିଦାନ, ସହାୟ ଏବଂ ଏନ୍ସିଡି ଯୋଜନାର ଉପଯୁକ୍ତ ପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଥିଲା ତୁରନ୍ତ ଜିଲ୍ଲା ମେଡିକାଲ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here