ମୃତଦେହକୁ ଚପଲରେ ପିଟିବା ପରମ୍ପରା

0
97

ବମ୍ବେ, : ମନୁଷ୍ୟ ସମାଜରେ ଶବସତ୍କାର ପାଇଁ ବିଭିନ୍ନ ପରମ୍ପରା ରହିଛି। ସମସ୍ତ ପରମ୍ପରା ସଭ୍ୟ ସମାଜ ଉପଯୋଗୀ ହୋଇଥିବାବେଳେ କିନ୍ନର ସଦସ୍ୟମାନଙ୍କ ଶେଷକୃତ୍ୟ ପରମ୍ପରା ସମ୍ପୂର୍ଣ୍ଣ ନିଆରା। କିନ୍ନରଙ୍କ ସମାଜର ଅନେକ ରହସ୍ୟ ପଦାକୁ ଆସିପାରେ ନାହିଁ। କିନ୍ନର ସଦସ୍ୟଙ୍କ ଶେଷକୃତ୍ୟ ଗୁପ୍ତଭାବେ କରାଯାଇଥାଏ। କିନ୍ନରମାନେ ବିଶ୍ୱାସ କରନ୍ତି ତାଙ୍କ ସମାଜର ସଦସ୍ୟଙ୍କୁ ଛାଡି ଯଦି ଅନ୍ୟ କୌଣସି ଲୋକ ମୃତବ୍ୟକ୍ତିଙ୍କ ମୃତଦେହ ଦେଖନ୍ତି ତେବେ ମୃତବ୍ୟକ୍ତି ପୁଣିଥରେ କିନ୍ନର ଭାବେ ଜନ୍ମ ନିଅନ୍ତି। ତେଣୁ ଏଭଳି ଜନ୍ମରୁ ମୁକ୍ତି ପାଇଁ ସମସ୍ତ ସଦସ୍ୟ ପ୍ରାର୍ଥନା କରିବା ସହିତ ଶେଷକୃତ୍ୟ ବିଧି ଗୁପ୍ତ ଭାବେ ରାତିରେ କରାଯାଇଥାଏ। ମୃତଦେହକୁ ଧଳା କପଡ଼ାରେ ଘୋଡାଇ ଦିଆଯାଏ। ଏହାପରେ ଶରୀରରେ ବନ୍ଧା ଯାଇଥିବା ସମସ୍ତ ବସ୍ତୁକୁ ଖୋଲି ଦିଆଯାଏ। ଏହାଦ୍ୱାରା ମୃତବ୍ୟକ୍ତିଙ୍କ ଆତ୍ମା ବନ୍ଧନମୁକ୍ତ ହୋଇଯାଇଥାଏ ବୋଲି କିନ୍ନର ସମାଜରେ ବିଶ୍ୱାସ ରହିଛି। ଏହାପରେ ମୃତଦେହକୁ ଚପଲରେ ପିଟା ଯାଇଥାଏ। ଏପରି କରିବା ଦ୍ୱାରା ମୃତବ୍ୟକ୍ତି ଜୀବନ ମଧ୍ୟରେ କରିଥିବା ପାପର ପ୍ରାୟଶ୍ଚିତ ହୋଇଥାଏ ବୋଲି କୁହାଯାଇଥାଏ। ବିଭିନ୍ନ ନୀତି ନିୟମ ପରେ ମୃତଦେହକୁ ମାଟିରେ ପୋତି ଦିଆଯାଏ। ସାଧାରଣତଃ ସମାଜରେ କାହାର ମୃତ୍ୟୁ ହେଲେ ପ୍ରିୟପରିଜନ କନ୍ଦାକଟା କରିଥାନ୍ତି। ମାତ୍ର କିନ୍ନର ସମାଜରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ସେମାନେ ମୃତବ୍ୟକ୍ତି ଏଭଳି ଏକ ଜୀବନରୁ ମୁକ୍ତ ହୋଇଥିବାରୁ ଆନନ୍ଦିତ ହୋଇଥାନ୍ତି। ଏହା ସହିତ ସମ୍ପୃକ୍ତ ବ୍ୟକ୍ତି କିନ୍ନର ଭାବେ କେବେ ଜନ୍ମଗ୍ରହଣ ନ କରୁ ବୋଲି ଅନ୍ୟ ସଦସ୍ୟମାନେ ଆରାଧ୍ୟ ଦେବତାଙ୍କ ପାଖରେ ପୂଜା କରି କାମନା କରିଥାନ୍ତି।

LEAVE A REPLY

Please enter your comment!
Please enter your name here