ଅଜବ ଉତ୍ସବ: ଅଚିହ୍ନା ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖନ୍ତି ମହିଳା

0
211

ଜାକର୍ତ୍ତା : ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ସମ୍ପର୍କରେ ଶୁଣିଲେ ବେଳେ ବେଳେ ଅନେକ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଇଣ୍ଡୋନେସିଆରେ ପ୍ରତିବର୍ଷ ପାଳିତ ହୋଇଥାଏ ପୋନ୍‌ ନାମକ ଏକ ଉତ୍ସବ। ବାଲିଦ୍ୱୀପର ଗୁନୁଙ୍ଗ୍‌ କେମୁକୁସ୍‌ଠାରେ ଥିବା ଏକ ପାହାଡ଼ରେ ଏହି ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଅବସରରେ ମହିଳାମାନେ ନିଜ ପରିବାର ସଦସ୍ୟଙ୍କ ଅନୁମତିକ୍ରମେ ଅଚିହ୍ନା ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏଭଳି କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ପୁରୁଖା ଲୋକ କହିଥାନ୍ତି। ପ୍ରତିବର୍ଷ ଏହି ଉତ୍ସବରେ ଯୋଗ ଦେବା ପାଇଁ ଅନେକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ସମ୍ପର୍କ ସ୍ଥାପନ ପାଇଁ ଅଚିହ୍ନା ପୁରୁଷ ସମ୍ପୃକ୍ତ ମହିଳାଙ୍କୁ ୧୦ ଡଲାର ଦେଇଥାନ୍ତି। ତେବେ ଏହି ଉତ୍ସବ ଯୋଗୁ ନାନା ପ୍ରକାର ଯୌନ ରୋଗ ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।

LEAVE A REPLY

Please enter your comment!
Please enter your name here