ଷ୍ଟେସନ୍‌ ଶୌଚାଳୟ ଭିତରେ ଯାଁଳା ଛୁଆକୁ ଛାଡ଼ି ଦେଇଗଲା ମା’

0
53

ବଲାଙ୍ଗୀର: ବଲାଙ୍ଗୀର ରେଳ ଷ୍ଟେସନ୍‌ରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଷ୍ଟେସନ୍‌ରେ ଥିବା ଶୌଚାଳୟ ନିକଟରେ କେହି ଜଣେ ଦୁଇଟି ବ୍ୟାଗ୍‌ରେ ୨ଟି ଯାଁଳା ଛୁଆଙ୍କୁ ଛାଡ଼ି ଚାଲି ଯାଇଛି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଶୌଚାଳୟ କର୍ମଚାରୀମାନେ ପିଲାଙ୍କ କାନ୍ଦ ଶୁଣି ଆଖପାଖରେ ଥିବା ମହିଳାମାନଙ୍କୁ କହିବାରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଛୁଆ ଦୁହିଁଙ୍କ ବୟସ ୨ରୁ ୩ ମାସ ହେବ ବୋଲି ଜଣାଯାଇଛି। ତୁରନ୍ତ ଦୁଇ ପିଲାଙ୍କୁ ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ର ‘ଏମ୍‌ସିଏଚ୍‌’ରେ ଚକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ‘ଏସ୍‌ଏନ୍‌ସିୟୁ’ରେ ରଖି ଚିକିତ୍ସା କରୁଥିବା ଜଣାଯାଇଛି। ଖବର ପାଇ ରେଳବାଇ ପୁଲିସ ଏବଂ ଚାଇଲ୍‌ଡ୍‌ ଲାଇନ୍‌ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତେବେ ପିଲା ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here